ଅପରାଧ

ଦଳିତ ନାବାଳିକାକୁ ବସ ଭିତରେ ଦୁଷ୍କର୍ମ: ୩ ଅଟକ

ସୁରଟ: ଜଣେ ନାବାଳିକାଙ୍କୁ ବସ ଭିତରେ ଦୁଷ୍କର୍ମ କରାଯାଇଛି । ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗୁଜୁରାଟ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ଏହି ଦୁର୍ବୃତ୍ତମାନେ ପୁଣି ଦିଲ୍ଲୀ ନିର୍ଭୟା ଘଟଣାର ପୁରାବୃତ୍ତି କରିଛନ୍ତି । ବସରେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ରାସ୍ତାରେ ଫୋପାଡି ଦେଇଥିବା ଅଭିଯୋଗ ହୋଇଛି ।
ଜାନୁଆରୀ ୨ ତାରିଖରେ ସହରର ନୂଆ ଭିଆଇପି ରାସ୍ତାରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି । ୧୬ ବର୍ଷୀୟା ନାବାଳିକାକୁ ତିନି ଅଭିଯୁକ୍ତ ଜୋରଜବରଦସ୍ତ ରାସ୍ତା କଡରେ ଠିଆ ହୋଇଥିବା ଏକ ବସ ଭିତରେ ପୁରାଇ ଦେଇଥିଲେ । ବସ ଭିତରେ ମୁଖ୍ୟ ଅଭିଯୁକ୍ତ ନାବାଳକ ଦୁଷ୍କର୍ମ କରୁଥିବା ବେଳେ ଅନ୍ୟ ଦୁଇଜଣ ର।।ସ୍ତାରେ ଲୋକଙ୍କ ଯା ଆସ ଉପରେ ନଜର ରଖିଥିଲେ । ଦୁଷ୍କର୍ମ ପରେ ନାବାଳିକାଙ୍କୁ ରାସ୍ତାରେ ଫିଙ୍ଗି ସେଠାରୁ ଚାଲିଯାଇଥିଲେ । ଦୁଷ୍କର୍ମର ଶିକାର ନାବାଳିକା ଦଳିତ ବର୍ଗର ।
ସେ ଘରକୁ ଫେରିବା ପରେ ଘରଲୋକଙ୍କୁ ଏସବୁ ସମ୍ପର୍କରେ ଜଣାଇଥିଲେ । ପୁଲିସ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

Related posts

ଆତଙ୍କବାଦୀ ପଣ୍ଡିଂ ମାମଲା: ହାଫିସ ବିରୋଧରେ ଦୋଷ ସାବ୍ୟସ୍ତ ହେଲା ନାହିଁ

mahabharatanews

କୂଅରୁ ମିଠା କାରିଗରଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

mahabharatanews

ପୋଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ମାମଲା ରେ ୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମାରାଥନ୍‌ ଜେରା କଲା ସିବିଆଇ

mahabharatanews