ଅପରାଧଓଡିଶା

ଅଳିଆ ଗଦାରୁ ଶିଶୁକନ୍ୟା ଉଦ୍ଧାର

ଅନୁଗୋଳ(ମହାଭାରତ): ପୁଣି ଅଦରକାରୀ ପାଲଟିଗଲା ଆଉ ଏକ ନିରୀହ ଶିଶୁକନ୍ୟା । ବାରମ୍ବାର ବିଭିନ୍ନ ସ୍ଥାନରେ ଶିଶୁକନ୍ୟାକୁ ଜନ୍ମ ପରେ ଫିଙ୍ଗି ଦେଉଥିବା ଘଟଣା ସାମ୍ନାକୁ ଆସୁଛି । ଠିକ ସେହିପରି ଆଉ ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ରଗୁଡିଆପଡା ଗ୍ରାମରେ । ଏକ ନବଜାତ ଶିଶୁକନ୍ୟାକୁ ଅଳିଆ ଗଦାକୁ ଫିଙ୍ଗି ଦିଆଯାଇଛି । ତେବେ ଆଜି ଏହି ଗାଁର ଶାନ୍ତି ନାଏକ ଅଳିଆ ଫିଙ୍ଗିବାକୁ ଗାାଁର ନାଳ ନିକଟକୁ ଯାଇଥିବା ବେଳେ ସେଠାରେ ଏକ ଶିଶୁର କାନ୍ଦ ଶୁଣିଥିଲେ । ନିକଟକୁ ଯାଇ ଯାହା ଦେଖିଲେ ତାହା ତାଭ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଏକ ନବଜାତ ଶିଶୁ କନ୍ୟାକୁ କେହିଜଣେ ଅଳିଆ ଗଦାରେ ଫିଙ୍ଗି ଦେଇଥିବା ଦେଖିବାକୁ ପାଇଥିଲେ । ତେବେ ଏହା ସହି ନପାରି ଶିଶୁ କନ୍ୟାଟିକୁ ଉଦ୍ଧାର କରି ସେ ନିଜ ଘରକୁ ନେଇଆସିଥିବା ଜଣାପଡିଛି । ସେପଟେ କୌଣସି ପୋଲିସ କିମ୍ବା ପ୍ରଶାସନ ଘଟଣା ଉପରେ ଯାଞ୍ଚ ପାଇଁ ପହଞ୍ଚି ନଥିବା ସୂଚନା ମିଳିଛି ।

Related posts

୨୪ ଘଣ୍ଟାରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ

mahabharatanews

ମନୋରମା ମହାପାତ୍ରଙ୍କ ପରଲୋକ

mahabharatanews