ଚଣ୍ଡିଗଡ: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାଗତ ବିଭ୍ରାଟକୁ ନେଇ ଚର୍ଚ୍ଚା ଥମିନାହିଁ । ଗୁରଦାସପୁରରେ ଆରଡିଏକ୍ସ ମିଳିବା ପରେ ଅମୃତସର ସୀମାନ୍ତ ଗାଁ ଧନୋଏ କଲାଁରେ ପାଞ୍ଚ କିଲୋ ଆରଡିଏକ୍ସ ମିଳିଛି । ଏପଟେ ପଞ୍ଜାବ ନିର୍ବାଚନର ଠିକ ପୂର୍ବରୁ ଆତଙ୍କବାଦୀ ବଡ ଧରଣର କିଛି ଅଘଟଣ ଘଟାଇବା ଚକ୍କରରେ ଥିବା ସ୍ପଷ୍ଟ ହେଉଛି । ଆରଡିଏକ୍ସର ମୁଖ୍ୟ ସଡକ କଡ ଚାଷ ଜମିରେ ଆରଡିଏକ୍ସ ଲଚୁଇ ରଖାଯାଇଥିଲା ।
ଆଇଏସୱାଇଏଫର ଆତଙ୍କୀ ମୁଭମେଣ୍ଟର ଖୁଲାସା ପରେ ପଞ୍ଜାବ ପୁଲିସ ରାଜ୍ୟ ବ୍ୟାପୀ ଚଢାଉ କରି ଗତ ତିନି ଦିନ ମଧ୍ୟରେ ୨.୫ କିଲୋ ଆରଡିଏକ୍ସ ବରାମଦ କରିଛନ୍ତି । ଏଥିସହ ଏକ ଡିଟୋନେଟର, କୋଡେକ୍ସ ତାର, ୫ ଫ୍ୟୁଜ, ଏକେ ୪୭ ରାଇଫଲ ଓ ୧୨ କାରତୁସ ମଧ୍ୟ ବରାମଦ ହୋଇଛି ।
ଗୁରୁବାର ରାଜ୍ୟ ଡିଜିପି ବିକେ ଭାବରା କହିଛନ୍ତି, ଗୁରଦାସପୁରର ଲକ୍ଷନପାଲ ଗାଁରେ ରହୁଥିବା ଅମନଦୀପ କୁମାର ଓରଫ ମନ୍ତ୍ରୀର ବୟାନ ଆଧାରରେ ଗ୍ରାନେଟ ଉଦ୍ଧାର ହୋଇଛି । ସେ ହିଁ ପଠାଣକୋର୍ଟର ଦୁଇଟି ଘଟଣାରେ ମୁଖ୍ୟ ଆରୋପୀ ।