ଓଡିଶା

ପରଲୋକରେ ପଦ୍ମଶ୍ରୀ ଶାନ୍ତିଦେବୀ

ଭୁବନେଶ୍ୱର: ପଦ୍ମଶ୍ରୀ ଶାନ୍ତିଦେବୀଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ । ୮୮ ବର୍ଷ ବୟସରେ ରାୟଗଡା ଜିଲ୍ଲା ଗୁଣୁପୁର ସେବାସମାଜ ପରିସରରେ ଶାନ୍ତି ଦେବୀ ଶେଷ ନିଦରେ ଶୋଇଯାଇଛନ୍ତି । ରବିବାର ବିଳମ୍ବିତ ରାତିରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଉପଖଣ୍ଡ ଡାକ୍ତରଖାନାର ମେଡିକାଲକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଶାନ୍ତି ଦେବୀ ହେଉଛନ୍ତି ଗାନ୍ଧୀବାଦୀ ନେତା ସ୍ୱର୍ଗତ ଡ/ ରତନଦାସଙ୍କ ଧର୍ମ ପତ୍ନୀ । ସେ ଅବିଭକ୍ତ କୋରାପୁଟ ଜିଲ୍ଲାର ଉପାନ୍ତ ଇଲାକାରେ ଆଦିବାସୀଙ୍କ ସେବାରେ ନିୟୋଜିତ ରହିବା ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଚେଷ୍ଟା ଚଳାଇଆସିଥିଲେ । ଗତ ସାତ ଦଶନ୍ଧି ଧରି ସେ ସାମଜ ସେବାରେ ନିଜ ଜୀବନ ଉତ୍ସର୍ଗ କରି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।
୧୯୩୮ ମସିହାରେ ବାଲେଶ୍ୱର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ଶାନ୍ତିଦେବୀ ୧୭ ବର୍ଷ ବୟସରୁ ଆଚାର୍ୟ୍ୟ ବିନୋବା ଭାବେଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ସମାଜସେବା ଆରମ୍ଭ କରିଥିଲେ । ରାୟଗଡା, ଗୁଣୁପୁର ଓ ଜବରଗୁଡା ଆଦି ସ୍ଥାନରେ ସେବା ସମାଜ ପ୍ରତିଷ୍ଠା କରି ଅନାଥ ଆଦିବାସୀ ଶିଶୁଙ୍କୁ ଶିକ୍ଷାର ଆଲୋକ ଦେଖାଉଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

 

Related posts

ଆଜି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଓଡ଼ିଶା ଗସ୍ତ

mahabharatanews

ବଦଳି ଯାଇଛି ପାଣିପାଗର ମିଜାଜ ;୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର

mahabharatanews

ଓଟିଡିସି ପକ୍ଷରୁ ରେଷ୍ଟୁରାଣ୍ଟ  ‘ନିମନ୍ତ୍ରଣ’ ପୁରୀରେ ଲୋକାର୍ପିତ

mahabharatanews