ଓଡିଶା

ବିଶ୍ୱର ସର୍ବ ବୃହତ ଟୀକାକରଣ ଅଭିଯାନକୁ ଏକ ବର୍ଷ ପୂର୍ତ୍ତି

ଗୋପ/ ଜୟନ୍ତ ସେଠୀ: କୋଭିଡ ଟୀକା ପ୍ରଦାନରେ ଭାରତ ଆଜି ଏକ ବର୍ଷ ପୂରଣ କରିଛି। ସେହିପରି ଭାରତରେ ଚାଲିଥିବା କୋଭିଡ ଟୀକାକରଣ ବିଶ୍ୱରେ ସର୍ବ ବୃହତ ଟିକାଦାନ ଅଭିଯାନ ଭାବେ ପରିଗଣିତ ହେଉଛି। କୋଭିଡ ଟୀକା ପ୍ରଦାନରେ ଭାରତ ଏକ ବର୍ଷ ପୂରଣ କରିବା ଅଵସରରେ ବାଲୁକା ଚିତ୍ରଶିଳ୍ପୀ ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଏ ନେଇ ସେ ଏକ ସୁନ୍ଦର ବାଲୁକା ଚିତ୍ରକଳା ଗଢିଥିବା ବେଳେ କୋଭିଡ ଟୀକାକରଣରେ ସାମିଲ ଥିବା ଟିମ ମେମ୍ବର୍ଙ୍କୁ ସୁଦର୍ଶନ ନିଜ ସ୍ୟାଣ୍ଡ ଆର୍ଟ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି କୋଭିଡ ସମୟରେ ସରକାରଙ୍କ ଗାଇଡ଼ ଲାଇନ ପ୍ରତ୍ୟେକ ନାଗରିକ , ପାଳନ କରିବା ପାଇଁ ସୁଦର୍ଶନ ଅପିଲ କରିଛନ୍ତି।

Related posts

ଅଫ୍‌ଲାଇନ୍‌ରେ ହେବ ପରୀକ୍ଷା

mahabharatanews

ଗଣମାଧ୍ୟମ ପ୍ରତିନିଧିଙ୍କୁ ଗଞ୍ଜାମ ଜିଲ୍ଲାପାଳଙ୍କ ପରାମର୍ଶ

mahabharatanews

ବିଧାନସଭା ନିର୍ବାଚନର ଗୋଟିଏ ଦିନ ପୁର୍ବରୁ ପତ୍ର ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ

mahabharatanews