ଓଡିଶା

ଚତୁର୍ଥ ପର୍ଯ୍ୟାୟରେ ମୋଟ ୭୩ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ନେଇ ନିର୍ବାଚନ କମିଶନର ସୂଚନା । ମୋଟ ୭୩ ପ୍ରତିଶତ ଭୋଟ ହୋଇଥିବା ସୂଚନା ଦେଇଛନ୍ତି ନିର୍ବାଚନ କମିଶନର । କମିଶନର କହିଛନ୍ତି ଯେ ପ୍ରାରମ୍ଭିକ ସୂଚନା ଅନୁସାରେ ୭୩ ପ୍ରତିଶତ ମତଦାନ ହୋଇଛି । ହେଲେ ଏ ପର୍ୟ୍ୟନ୍ତ ଚୂଡ଼ାନ୍ତ ସଂଖ୍ୟା ଆସିନାହିଁ । ସମ୍ପୂର୍ଣ୍ଣ ତଥ୍ୟ ଆସିଲେ ଭୋଟ ପ୍ରତିଶତ ବୃଦ୍ଧି ହୋଇପାରେ । ଚତୁର୍ଥ ପର୍ୟ୍ୟାୟ ଭୋଟ ବେଳେ ୪ରୁ ୫ଟି ସ୍ଥାନରେ ବିଭିନ୍ନ କାରଣରୁ ମତଦାନରେ ବାଧା ସୃଷ୍ଟି ହୋଇଛି । ଏନେଇ ଜିଲ୍ଲାପାଳମାନଙ୍କ ଠାରୁ ରିପୋର୍ଟ ମିଳିଲାପରେ ପଦକ୍ଷେପ ନଆଯିବ । ଅନ୍ୟପଟେ ଯାଜପୁର ଜିଲ୍ଲା ନଗଡ଼ାରେ ୨୦ ବର୍ଷ ପରେ ଭୋଟ ହୋଇଛି । ନଗଡ଼ାରେ ରେକର୍ଡ ପ୍ରତିଶତ ମତଦାନ ହୋଇଛି । ମୋଟ ୮୩ ପ୍ରତିଶତ ଭୋଟ ହୋଇଛି । ସେହିପରି ମାଓପ୍ରବଣ ଅଞ୍ଚଳ ନିୟମଗିରିରେ ୮୦ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି ।

 

Related posts

୪ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

mahabharatanews

ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ

mahabharatanews

ବାଲେଶ୍ୱର ସଦର ବିଧାନ କ୍ଷେତ୍ର କିଏ ଦଖଲ କରିବ ?

mahabharatanews