ବିଶ୍ୱ

ୟୁକ୍ରେନ୍‌ର କିଭ୍ ଓ ଖାରକିଭ୍‌ରେ ରୁଷିଆର ମିଜାଇଲ ଆକ୍ରମଣ

ନୂଆଦିଲ୍ଲୀ: ଋଷିଆ-ୟୁକ୍ରେନ୍‌ ମାମଲା ଭୟଙ୍କର ସ୍ଥିତିରେ ପହଂଚିଛି । ପୁଟିନ୍‌ଙ୍କ ଯୁଦ୍ଧ ଘୋଷଣା ପରେ ୟୁକ୍ରେନ୍‌ର କିଭ୍ ଓ ଖାରକିଭ୍‌ରେ ରୁଷିଆର ମିଜାଇଲ ଆକ୍ରମଣ ହୋଇଥିବା ଦେଖାଯାଇଛି । ବିଭିନ୍ ସ୍ଥାନରେ ବୋମା ବର୍ଷା ହୋଇଥିବା ସ୍ଥିତି ସଙ୍କଟାପନ୍ନ ହୋଇଛି । ରୁଷିଆର ମିଜାଇଲ ଆକ୍ରମଣରେ କିଭ୍ ଓ ଖାରକିଭ୍‌ରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି । ୟୁକ୍ରେନ୍‌ର ଅନ୍ୟାନ୍ୟ କେତେକ ଅଞ୍ଚଳରେ ମଧ୍ୟ ବିସ୍ଫୋରଣ ହୋଇଛି ।

ଅନ୍ୟପଟେ ସାରା ବିଶ୍ୱକୁ ଧମକ ଦେଲେ ପୁଟିନ୍‌ । ସେ କହିଛନ୍ତି ୟୁକ୍ରେନ୍‌ ମାମଲରେ ମୁଣ୍ଡ ପୁରାଇଲେ ସ୍ଥିତି ଭୟାବହ ହେବ । ୟୁକ୍ରେନ୍‌ ବିରୋଧରେ ପ୍ରଥମେ ଯୁଦ୍ଧ ଘୋଷଣା କରି ରାଷ୍ଟ୍ରପତି ପୁଟିନ ଏଭଳି ଧମକ ଦେଇଛନ୍ତି । ସେ ସିଧାସଳଖ କହିଛନ୍ତି ‘ୟୁକ୍ରେନ ବ୍ୟାପାରରେ ହସ୍ତକ୍ଷେପ କଲେ କଡ଼ା ଜବାବ ଦେବୁ । ଆମ ଦେଶ ଓ ଆମ ଲୋକଙ୍କୁ ଧମକ ଦେଲେ ପରିଣାମ ଭୟାବହ ହେବ ବୋଲି ସେ କହିଛନ୍ତି । ପୁଟିନ୍‌ ଆହୁରି କହିଛନ୍ତି ରୁଷିଆ ତୁରନ୍ତ ଜବାବ ଦେବାକୁ ଆଦୌ ପଛଘୁଞ୍ଚା ଦେବନି । ଏପରି ଭୋଗିବେ ଯାହା ପୂର୍ବରୁ କେବେ ଇତିହାସରେ ଭୋଗି ନଥିବେ ।
ସେପଟେ ବାୟୁସୀମାରେ ଉଡ଼ାଣ ବାତିଲ୍ କଲେ ୟୁକ୍ରେନ୍ ସରକାର । ସମସ୍ତ ବେସାମରିକ ବିମାନ ଉଡ଼ାଣ ଉପରେ ଲାଗିଲା ରୋକ୍ । ପ୍ରତ୍ୟାବର୍ତ୍ତନ ଅପେକ୍ଷାରେ ଥିବା ପ୍ରବାସୀଙ୍କ ପାଇଁ ବଢ଼ିଲା ସମସ୍ୟା ।

 

Related posts

ଇସ୍ରାଏଲରେ ମସ୍କ 

mahabharatanews

୨୦୧୮ ଅଚଳ ହୋଇପଡ଼ିଥିଲା ଉପଗ୍ରହଟି ଆଜି ପୃଥିବୀ ପୃଷ୍ଠରେ ଖସିବା ନେଇ କହିଛି ମହାକାଶ ଗବେଷଣା ସଂସ୍ଥା ନାସା

mahabharatanews

୧୮ ହଜାର ବର୍ଷ ପଛକୁ ଚାଲି ଯିବ ଦୁନିଆ!

mahabharatanews