Uncategorized

ମହାଶିବରାତ୍ରି ନେଇ ଧବଳେଶ୍ୱର ପୀଠରେ ୧୪୪ ଧାରା ଲାଗୁ

(କଟକ) : ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ୧ରେ ଶିବରାତ୍ରି ହେତୁ ଭକ୍ତଙ୍କ ସମାବେଶ ହେବାର ସମ୍ଭାବନା ରହିଛି । ତେବେ ଏହାରି ଭିତରେ କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ଵରରେ ଚଳିତ ବର୍ଷ ମଧ୍ୟ ଜାଗର ଯାତ୍ରା ଧୂମଧାମରେ ପାଳିତ ହେବେ ନାହିଁ । ଭକ୍ତଙ୍କ ଲାଗି ଧବଳେଶ୍ବର ପୀଠରେ ୧୪୪ ଧାରା କଟକଣା ଲାଗୁ କରାଯାଇଛି।

ସୂଚନାନୁଯାୟୀ , ଏକ ତାରିଖ ସକାଳ ୫ଟା ରୁ ୨ତାରିଖ ସଂଧ୍ୟା ୭ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି। ଜାଗର ଯାତ୍ରାରେ ଧବଳେଶ୍ବର ପୀଠରେ ଭକ୍ତଙ୍କ ଅଧିକ ଭିଡ ହେବ। କୋଭିଡ ଗାଇଡ ଲାଇନ ପାଳନ କରିବାରେ ସମସ୍ୟା ସୃଷ୍ଟି ହେବ । ସେଥିପାଇଁ ଏହି କଟକଣା ଜାରି କରାଯାଇଛି। ତେବେ ପୂଜକ ସମିତି ପକ୍ଷରୁ ଓ ସେବାୟତଙ୍କ ଦ୍ବାରା ନିତିକାନ୍ତି ସମାପନ କରାଯିବ ବୋଲି ଆଠଗଡ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

Related posts

କୋରୋନା ମୃତ୍ୟୁସଂଖ୍ୟା ୧୬୦୦ରେ ପହଞ୍ଚିଲା, କ୍ଷୁଦ୍ୟ, ଅଣୁ ଉଦ୍ୟୋଗ କର କମାଗଲା

mahabharatanews

ଫାଇନାଲରେ ଇର୍ଫାନକୁ ପରାସ୍ତ କଲେ ଗମ୍ଭୀର

mahabharatanews

ଆସାମ ବନ୍ୟାରେ ମୃତ୍ୟୁସଂଖ୍ୟା ୮୪କୁ ବୃଦ୍ଧି

mahabharatanews