ଭାରତ

ୟୁକ୍ରେନରୁ ଫେରିଲେ ୧୧୦୦ରୁ ଅଧିକ ଭାରତୀୟ

ନୂଆଦିଲ୍ଲୀ:ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ସବୁଠାରୁ ବଡ ଚିନ୍ତା ହେଉଛି ଭାରତୀୟମାନଙ୍କୁ ସ୍ଥାନାନ୍ତର। ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ବିମାନ ଉଡ଼ାଣ ପାଇଁ ଭାରତ ସରକାର ଏକ ମିଶନ ଆରମ୍ଭ କରିଛନ୍ତି। ଏହାର ନାମ ‘ଅପରେସନ୍ ଗଙ୍ଗା’ ରଖାଯାଇଛି।
ବୈଦେଶିକ ସଚିବ ହର୍ଷ ଶ୍ରୀଙ୍ଗଲାଙ୍କ ଅନୁଯାୟୀ ଉଦ୍ଧାର କାର୍ଯ୍ୟର ଖର୍ଚ୍ଚ ଭାରତ ବହନ କରିବ। ୟୁକ୍ରେନର ଆକାଶ ସୀମା ବନ୍ଦ ଥିବାରୁ ପଡୋଶୀ ପୋଲାଣ୍ଡ, ରୋମାନିଆ, ହଙ୍ଗେରୀ ଏବଂ ସ୍ଲୋଭାକିଆରୁ ବିମାନ ଚଳାଚଳ କରୁଛି।ୟୁକ୍ରେନ ସହିତ ଏହି ଦେଶର ସୀମାରେ ଶିବିର ସ୍ଥାପନ କରାଯାଇଛି। ଏଥିସହ ଭାରତୀୟଙ୍କୁ ପର୍ଯ୍ୟାୟ କ୍ରମେ ଏମାନଙ୍କୁ ସ୍ୱତନ୍ତ୍ର ବିମାନରେ ଦେଶକୁ ଅଣାଯାଉଛି । ଏପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ପ୍ରାୟ ୧୧୦୦ରୁ ଅଧିକ ଭାରତୀୟ ଦେଶକୁ ଫେରିଲେଣି । ଯୁଦ୍ଧ ଭୂମିରୁ ଫେରିବା ପରେ ଏମାନେ ନିଜ ନିଜର ଅନୁଭୂତି ବଖାଣିଛନ୍ତି । ଭାରତ ପହଂଚିବା ପରେ ଶାନ୍ତିରେ ନିଶ୍ୱାସ ମାରିଛନ୍ତି ଛାତ୍ରଛାତ୍ରୀ । ଯେଉଁମାନେ ସେଠୁ ଫେରି ଆସିିଛନ୍ତି ସେମାନେ ଫଶି ରହିଥିବା ଅନ୍ୟ ଭାରତୀୟ ମାନଙ୍କୁ ଫେରାଇ ଅନିବାକୁ ସାରକାରଙ୍କୁ ଅନୁରୋଧ କରିଛନ୍ତି । କାରଣ ଯୁଦ୍ଧର ବିଭୀଷିକାକୁ ଅତି ନିକଟରେ ଦେଖିଛନ୍ତି ସେମାନେ ।

Related posts

ବଢ଼ିଲା ଏଲପିଜି ସିଲିଣ୍ଡରର ମୂଲ୍ୟ

mahabharatanews

ସର୍ବସାଧାରଣଙ୍କ ପାଇଁ ଖୋଲିଲା ଅମୃତ ଉଦ୍ୟାନ 

mahabharatanews

ମହାଦେବ ଆପ୍ ମାମଲା : ଦୁବାଇରେ ଅଭିଯୁକ୍ତ ଅଟକ

mahabharatanews