ଓଡିଶା

ଚଳିତ ବର୍ଷ ରାଜ୍ୟରେ କମ୍ ରହିବ ଗ୍ରୀଷ୍ମର ପ୍ରଭାବ

ଭୁବନେଶ୍ୱର: ବିଗତ କିଛି ବର୍ଷ ହେଲା ଗ୍ରୀଷ୍ମ ଋତୁରେ ଦିନକୁ ଦିନ ଓଡିଶାରେ ପ୍ରବଳ ଗରମ ଅନୁଭୂତ ହେଉଛି । କିନ୍ତୁ ଚଳିତ ବର୍ଷ ଏତେଟା ଗରମ ଅନୁଭୂତ ହେବନି ବୋଲି ସୂଚନା ରହିଛି । ଉପକୁଳ ଓଡିଶା ସହିତ ମୟୁରଭଞ୍ଜ, ଅଗୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼ ଆଦି ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ଠାରୁ କମ ରହିବ ବୋଲି ପାଣିପାଗ ବିଭାଗରୁ ସୂଚନା ଦିଆଯାଇଛି । ବିଶେଷ କରି ମାର୍ଚ୍ଚରୁ ମେ ଭିତରେ ରାଜ୍ୟରେ ଏହି ସ୍ଥାନ ମାନଙ୍କରେ ତାପମାତ୍ରା ସ୍ୱାଭାବିକ ଠାରୁ କମ ରହିବ । କିନ୍ତୁ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ସ୍ୱାଭବିକ୍ ଠାରୁ ଅଧିକ ରହିବ ବୋଲି ପାଣିପାଗ ବିଭାଗ କହିଛି । ବର୍ତ୍ତମାନ ଓଡ଼ିଶା ଉପରେ ଲା-ନିନା ସକ୍ରିୟ ଥିବାରୁ ମାର୍ଚ୍ଚରୁ ମେ ମାସ ମଧ୍ୟରେ ରାଜ୍ୟରେ ତାପମାତ୍ରା ବିଶେଷ ଭାବେ ବଢିବାର ନାହିଁ । ଏଥିସହ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହି ତିନି ମାସ ଓଡିଶାରେ ଅଧିକ ବର୍ଷା ହେବାର ସମ୍ଭାନା ରହିଛି ।

Related posts

୧୭ ମହିଳା ବିଶ୍ୱକପ୍ ର ଲୋଗୋ ଉନ୍ମୋଚନ

mahabharatanews

ଚାଲାଣ ବେଳେ ୪୮ ଦାଦନ ଉଦ୍ଧାର

mahabharatanews

ବିଧାନସଭାରେ ଯାତ୍ରା ପେଣ୍ଡାଲର ଦୃଶ୍ୟକୁ ନେଇ ଚର୍ଚ୍ଚା : ଉଦବେଗ ପ୍ରକାଶ କଲେ ବାବୁ ସିଂ

mahabharatanews