ଓଡିଶା

ଆସନ୍ତା ଜୁଲାଇ ୩୧ ସୁଦ୍ଧା ସରିବ ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା

(ଭୁବନେଶ୍ୱର) : ଆସନ୍ତା ଜୁଲାଇ ୩୧ ସୁଦ୍ଧା ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, ଡିଗ୍ରୀ କଲେଜର ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷକୁ ଚିଠି ଲେଖାଯାଇଛି । ବାର୍ଷିକ ପରୀକ୍ଷା ଶେଷ କରି ଅଗଷ୍ଟ ୧୫ ସୁଦ୍ଧା ଫଳ ପ୍ରକାଶ କରିବାକୁ କୁହାଯାଇଛି ।

ସୂଚନା ଅନୁସାରେ ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିଲାଣି । ତେଣୁ ଏକାଡେମିକ୍‌ ଆକ୍ଟିଭିଟିକୁ ସୁରୁଖୁରୁରେ ପରିଚାଳନା କରିବା ଲାଗି ଚଳିତ ଶିକ୍ଷା ବର୍ଷ ୨୦୨୧-୨୨ ପାଇଁ ଆସନ୍ତା ଜୁଲାଇ ସୁଦ୍ଧା ୟୁଜି ଓ ପିଜି ଶେଷ ସେମିଷ୍ଟାର ତଥା ବାର୍ଷିକ ପରୀକ୍ଷା ଶେଷ କରି ଅଗଷ୍ଟ ୧୫ ସୁଦ୍ଧା ଫଳ ପ୍ରକାଶ କରିବା ନେଇ କୁହାଯାଇଛି । ଏଥିପାଇଁ ଆବଶ୍ୟକ ପଡ଼ିଲେ ଏକ୍ସଟ୍ରା କ୍ଲାସ୍‌ କରାଯିବ । ସେହିପରି ଅନ୍ୟ ପିଜି ଓ ୟୁଜି ସେମିଷ୍ଟାର ପରୀକ୍ଷା ଆସନ୍ତା ଶିକ୍ଷା ବର୍ଷଠାରୁ ଜୁନ ସୁଦ୍ଧା ଶେଷ କରି ଫଳ ପ୍ରକାଶ କରିବାକୁ କୁହାଯାଇଛି ।

Related posts

ଆଇନଜୀବୀ ସାବିତ୍ରୀ ରଥ ଓଡିଶା ହାଇକୋର୍ଟର ବିଚାରପତି ନିଯୁକ୍ତ

mahabharatanews

କିଏ ଜିତିବ ଭୁବନେଶ୍ୱର କ୍ଲବ?

mahabharatanews

ହାତୀ ଆକ୍ରମଣରେ ୨ ମୃତ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

mahabharatanews