ବିଶେଷଭାରତ

ମହିଳା ଜଣଙ୍କୁ ସମ୍ମାନ ଜଣାଇଲା ମା’ କୁକୁର

ନୂଆଦିଲ୍ଲୀ: ମଣିଷ କ୍ଷେତ୍ରରେ ହେଉ କିମ୍ବା କୌଣସି ଜୀବଯନ୍ତୁଙ୍କୁ କ୍ଷେତ୍ରରେ ମା ସର୍ବଦା ମା । ଦୁନିଆର ସବୁଠାରୁ ନିଆରା ଶବ୍ଦ ହେଉଛି ମାଆ ଶବ୍ଦ । ମା ର ସ୍ଥାନ କେହି ନେଇ ପାରିବେନି। କିଛିଦିନ ହେଲା ସୋସିଆଲ୍‌ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ କିଛି କୁକୁର ଛୁଆକୁ କ୍ଷୀର ପିଆଉଥିବା ମହିଳାଙ୍କୁ ମାଆ କୁକୁରଟି ନିଜ ହିସାବରେ ସମ୍ମାନ ଜଣାଉଥିବା ଦେଖିବାକୁ ମିଳିଛି। ଏହି ହୃଦୟସ୍ପର୍ଶୀ ଭିଡିଓଟି ୟୋଦାଫର୍‌ଏଭର୍‌ ନାମକ ଟ୍ବିଟର୍‌ ଆକାଉଣ୍ଟ୍‌ରେ ପୋଷ୍ଟ୍‌ ହୋଇଥିବା ଦେଖିବାକୁ ମିଳିଛି। ଭିଡିଓରେ ଦେଖିବାକୁ ମିଳିଛି ଜଣେ ମହିଳା କିଛି କୁକୁର ଛୁଆଁଙ୍କୁ କ୍ଷୀର ପିଆଉଛନ୍ତି। ଏହା ପରେ ମାଆ କୁକୁରଟି ଖୁସି ହୋଇ ନିଜ ଲାଙ୍ଗୁଡ଼ ହଲାଇ, ଗୋଡ଼ ଉଠାଇ ମହିଳାଙ୍କୁ କୃତଜ୍ଞତା ଜଣାଉଛି।

 

Related posts

୭ରେ ଶପଥ ନେବେ ନୂତନ ମୁଖ୍ୟମନ୍ତ୍ରୀ

mahabharatanews

ବିଶ୍ୱ କିଡ୍‌ନି ଦିବସ

mahabharatanews

ଗିରଫ ହେଲେ ତେଲୁଗୁ ଦେଶମ୍ ପାର୍ଚି ସଭାପତି ଏନ.ଚନ୍ଦ୍ରବାବୁ ନାଇଡୁ 

mahabharatanews