ଓଡିଶା

ଲାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଆଇଟିବିପି ଏଏସ୍ଆଇ ସହିଦ୍

ମାଲକାନଗିରି: ଛତିଶଗଡ଼ ନାରାୟଣପୁର ଜିଲ୍ଲାର ସୋନପୁର ଅଞ୍ଚଳରେ ଲାଣ୍ଡମାଇନ୍ ବିସ୍ଫୋରଣ ଘଟିଛି । ଯାହା ଫଳରେ ଜଣେ ଆଇଟିବିପି ଏଏସ୍ଆଇ ସହିଦ୍ ହୋଇଥିବା ସୂଚନା ମିଳିଛି। ଏହାଛଡ଼ା ଆଉ ଜଣେ ଯବାନ ଗୁରୁତର ହୋଇଛନ୍ତି। ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ନାରାୟଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ ୫୩ ବ୍ୟାଟାଲିୟନର ଆଇଟିବିପି ଯବାନମାନେ କମ୍ବିଂ ଅପରେସନ୍ କରୁଥିବାର ଜାଣି ନକ୍ସଲମାନେ ଲାଣ୍ଡମାଇନ୍ ବିସ୍ଫୋରଣ ଘଟାଇଥିଲେ। ଏଥିରେ ରାଜେନ୍ଦ୍ର ସିଂ ନାମକ ଜଣେ ଆଇଟିବିପି ଏଏସ୍ଆଇ ସହିଦ୍ ହୋଇଛନ୍ତି। ଏହି ଲାଣ୍ଡମାଇନ୍ ବିସ୍ଫୋରଣରେ ମହେଶ କୁମାର ନାମକ ଆଉ ଜଣେ ଯବାନ ଗୁରୁତର ହୋଇଛନ୍ତି।ଏବେ ବି ସେହି ଅଞ୍ଚଳରେ କମ୍ବିଂ ଅପରେସନ୍ ଜାରି ରହିଛି।

Related posts

 ବୈତରଣୀ ଉପରେ ଅଟକିଗଲା  ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’

mahabharatanews

ଗ୍ରୀଷ୍ମ ପାଇଁ ସ୍ୱତନ୍ତ୍ର ଟ୍ରେନ୍ 

mahabharatanews

ଆଜି ଧରାବତରଣ କରିବେ ବିଘ୍ନ ବିନାଶକ;ଉତ୍ସବମୁଖର ଗାଁଠୁ ସହର

mahabharatanews

Leave a Comment