ଓଡିଶା

ଲାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଆଇଟିବିପି ଏଏସ୍ଆଇ ସହିଦ୍

ମାଲକାନଗିରି: ଛତିଶଗଡ଼ ନାରାୟଣପୁର ଜିଲ୍ଲାର ସୋନପୁର ଅଞ୍ଚଳରେ ଲାଣ୍ଡମାଇନ୍ ବିସ୍ଫୋରଣ ଘଟିଛି । ଯାହା ଫଳରେ ଜଣେ ଆଇଟିବିପି ଏଏସ୍ଆଇ ସହିଦ୍ ହୋଇଥିବା ସୂଚନା ମିଳିଛି। ଏହାଛଡ଼ା ଆଉ ଜଣେ ଯବାନ ଗୁରୁତର ହୋଇଛନ୍ତି। ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ନାରାୟଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ ୫୩ ବ୍ୟାଟାଲିୟନର ଆଇଟିବିପି ଯବାନମାନେ କମ୍ବିଂ ଅପରେସନ୍ କରୁଥିବାର ଜାଣି ନକ୍ସଲମାନେ ଲାଣ୍ଡମାଇନ୍ ବିସ୍ଫୋରଣ ଘଟାଇଥିଲେ। ଏଥିରେ ରାଜେନ୍ଦ୍ର ସିଂ ନାମକ ଜଣେ ଆଇଟିବିପି ଏଏସ୍ଆଇ ସହିଦ୍ ହୋଇଛନ୍ତି। ଏହି ଲାଣ୍ଡମାଇନ୍ ବିସ୍ଫୋରଣରେ ମହେଶ କୁମାର ନାମକ ଆଉ ଜଣେ ଯବାନ ଗୁରୁତର ହୋଇଛନ୍ତି।ଏବେ ବି ସେହି ଅଞ୍ଚଳରେ କମ୍ବିଂ ଅପରେସନ୍ ଜାରି ରହିଛି।

Related posts

ବଢିବ ଶୀତ; ଭୁବନେଶ୍ବର ତାପମାତ୍ରାରେ ୧୯.୭ ଡିଗ୍ରି ରେକର୍ଡ 

mahabharatanews

୬୬ଟି ଗେଟ୍‌ ଖୋଲିଦେଲା ଛତିଶଗଡ଼ 

mahabharatanews

ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଚଳଚଞ୍ଚଳ ରଥ ଖଳା

mahabharatanews