ଓଡିଶା

୧୧ରୁ ବଦଳିବ ପାଗ  

(ଭୁବନେଶ୍ୱର) : ରାଜ୍ୟରେ କିଛି ସ୍ଥାନରେ ମେଘୁଆ ପାଗ ସହ ହାଲୁକା ବର୍ଷା ମଧ୍ୟ ହେଉଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଦିନ ଓ ରାତିର ତାପମାତ୍ରାରେ ବିଶେଷ ପରିବ‌ର୍ତ୍ତନ ହେବାର ସମ୍ଭାବନା ନାହିଁ। ୧୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ୧୧ ତାରିଖ ବେଳକୁ ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି।

ସୂଚନାନୁଯାୟୀ , ରାଜ୍ୟର ୧୧ଟି ସହରର ତାପମାତ୍ରା ୩୬ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ଥିବା ବେଳେ ବଲାଙ୍ଗୀରରେ ୩୬.୯, ଝାରସୁଗୁଡ଼ାରେ ୩୬.୮, ମାଲକାନଗିରି ୩୬.୭, ଟିଟିଲାଗଡ଼ରେ ୩୬.୫, ସୋନପୁର, ରାୟଗଡ଼ା ଓ ଭବାନୀପାଟଣାରେ ୩୬.୨, ନୟାଗଡ଼, ବୌଦ୍ଧ ଓ ତାଳଚେରରେ ୩୬ ଡିଗ୍ରି ରହିଥିଲା।

Related posts

ତରଭା ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

mahabharatanews

ଲକ୍ଷାଧିକ ଟଙ୍କାର ଔଷଧ ଜବତ, ୨ ଗିରଫ

mahabharatanews

BJDରେ ଯୋଗଦେବା ପରେ ସାଂସଦଙ୍କ ସହ ସୁଜାତା

mahabharatanews