ମନୋରଞ୍ଜନ

କାଜଲଙ୍କ ଘରକୁ ଆସିବେ ନୂଆ ଅତିଥି

ହାଇଦ୍ରାବାଦ: ସାଉଥ୍ ଫିଲ୍ମ୍ ହେଉ କି ହିନ୍ଦୀ କାଜଲ ଅଗ୍ରୱାଲଙ୍କ ଅଭିନୟରେ ଦର୍ଶକ ବହୁତ ପସନ୍ଦ କରନ୍ତି | ସମସ୍ତଙ୍କ ମନରେ ସେ ରାଜ ମଧ୍ୟ କରନ୍ତି | ସବୁଥିରେ ତାଙ୍କର ଜଲୱା ଦେଖେଇଛନ୍ତି । ୩୦ ଅକ୍ଟୋବର ୨୦୨୦ରେ ସେ ବିବାହ କରିଥିଲେ | ଆଉ ଏବେ ଏହି ଅଭିନେତ୍ରୀ ମା ହେବାକୁ ଯାଉଛନ୍ତି । ଯାହା ସେ ଖୁସିରେ ସେ ଇନଷ୍ଟାଗ୍ରାମ୍‌ରେ ବେବି ବମ୍ପ୍ ସହିତ ଫଟୋ ଶେୟାର କରୁଛନ୍ତି । ଗ୍ଲାମରସ୍ ଫଟୋ ସହିତ, ସେ ଗର୍ଭାବସ୍ଥାରେ ବ୍ୟାୟାମ କରିବା ସମୟରେ ଇନ୍‌ଷ୍ଟାରେ ଫଟୋ ଶେୟାର୍ କରିଛନ୍ତି ।

କ୍ୟାମେରା ସାସ୍ନାରେ ପୋଜ୍ ଦେଇ କାଜଲ ତାଙ୍କ ବେବି ବମ୍ପ ଏବଂ ପ୍ରେଗ୍ନେସୀ ଗ୍ଲୋକୁ ଦେଖେଇଥିବା ନଜର ଆସନ୍ତି। କାଜଲ ପ୍ରତିଦିନ ତାଙ୍କର ପ୍ରେଗ୍ନେସୀକୁ ନେଇ କିଛି ନା କିଛି ଫଟୋ ଶେୟାର୍ କରନ୍ତି ଏବଂ ପ୍ରତ୍ୟେକ ଫଟୋରେ ସେ ଖୁବ ସୁନ୍ଦର ଦେଖାଯାଆନ୍ତି। ଫଟୋ ଶେୟାର କରିଥିଲେ ଯାହାକୁ ପ୍ରଶଂସକମାନେ ଖୁବ ପସନ୍ଦ କରିଥିଲେ। ଏଥିରେ କଳା ମ୍ୟାକ୍ସି ଡ୍ରେସ୍‌ ପିନ୍ଧି ଏହି ଅଭିନେତ୍ରୀ ନିଜ ବେବି ପମ୍ପ୍‌କୁ ଦେଖେଇବା ସହ କ୍ୟାପସନ୍ ଦେଇଥିଲେ ଯେ ‘Anticipation’। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି

Related posts

ବିବାହ ଶାଢ଼ିକୁ ନେଇ ଚର୍ଚାରେ ଆଲିଆ ଭଟ୍ଟ

mahabharatanews

ଅନୁଭବଙ୍କ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’ର ଟ୍ରେଲର ରିଲିଜ

mahabharatanews

ଫିଲ୍ମ ‘ଆଦିପୁରୁଷ’ପାଇଁ ମନୋଜଙ୍କୁ ଜବାବ ମାଗିଲେ କୋର୍ଟ

mahabharatanews