ଭାରତ

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୮୭୬ କୋଭିଡ୍-୧୯ ସଂକ୍ରମଣ: ୯୮ ମୃତ୍ୟୁ

ନୂଆଦିଲ୍ଲୀ: ବେଶ୍ କିଛି ଦିନ ଧରି ଦେଶରେ କରୋନା ଭାଇରସ ମହାମାରୀ ଦ୍ରୁତ ବେଗରେ ବିସ୍ତାରିତ ହେବା ପରେ ଏବେ ଦୈନିକ ସଂକ୍ରମଣ ସଂଖ୍ୟା କ୍ରମଶଃ ହ୍ରାସ ପାଇ ୩ ହଜାର ତଳକୁ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ ୨୪ ଘଣ୍ଟା ମଧ୍ୟରେ ୨,୮୭୬ କରୋନାଭାଇରସ ନୂତନ ସଂକ୍ରମଣ ଓ ୯୮ ମୃତ୍ୟୁ ରେକର୍ଡ କରାଯାଇଛି। ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୧୬,୦୭୨ରେ ପହଞ୍ଚିଛି।

 

ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୩,୮୮୪ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୨୪,୫୦,୦୫୫। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୨୮୧୧। ‘ଆଇସିଏମ୍ଆର୍’ ରିପୋର୍ଟ ଅନୁସାରେ, କୋଭିଡ୍-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୭୮,୦୫,୦୬,୯୭୪ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା କରାଯାଇଛି ୭,୫୨,୮୧୮ଟି ନମୁନା।

Related posts

ନରେନ୍ଦ୍ର ମୋଦୀଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ପୁରସ୍କାର

mahabharatanews

ନେସନାଲ ହେରାଲ୍ଡ ଅଫିସକୁ ସିଲ କଲା ଇଡି

mahabharatanews

ଆଜି ହେଉଛି ଜାତୀୟ ପ୍ରେସ୍ ଦିବସ

mahabharatanews