ଭାରତରାଜନୀତି

ଆକ୍ସନ ମୋଡରେ ସୋନିଆ ଗାନ୍ଧି !

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନର ବିପର୍ଯୟ ପରେ ଆକ୍ସନ ମୋଡକୁ ଆସିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ପଞ୍ଜାବରେ ଦଳର ସୋଚନୀୟ ପରାଜୟପରେ ରାଜ୍ୟ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କୁ ଇସ୍ତଫା ଦେବାକୁ କହିଛନ୍ତି ସୋନିଆ । ଏହାକୁ ଛାଡିଲେ ଆଉ ୪ ରାଜ୍ୟର  କଂଗ୍ରେସ ମୁଖିଆଙ୍କୁ ମଧ୍ୟ ଇସ୍ତଫା ଦେବାକୁ ସୋନିଆ କହିଛନ୍ତି ।

ନିକଟରେ ଏହି ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳ ବାହାରିବା ପରେ କଂଗ୍ରେସର ଏପରି ସୋଚନୀୟ ହାରକୁ ବରଦାସ୍ତ କରିପାରିନାହାନ୍ତି ସୋନିଆ, ଯାହାଫଳରେ ଏପରି ନିର୍ଦ୍ଦେସ ଦେଇଛନ୍ତି । ଏପରକି ଦଳ ହାତରେ ପଞ୍ଜାବ ଥାଇ ମଧ୍ୟ ଗାଦିଚ୍ୟୁତ ହୋଇଥିଲା । ଏହାକୁ ନଜର କରି ସୋନିଆ ଗାନ୍ଧି ୫ ରାଜ୍ୟର ମୁଖ୍ୟଙ୍କୁ ଇସ୍ତଫା ଦେବାକୁ କହିଛନ୍ତି ।

କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ଟ୍ୱିଟ କରି କହିଛନ୍ତି, କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଆଜି ପଞ୍ଜାବ, ଉତ୍ତର ପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରର ପିସିସି ମୁଖ୍ୟମାନଙ୍କୁ ନିଜ ନିଜ ପଦରୁ ଇସ୍ତଫା ଦେବାକୁ କହିଛନ୍ତି ।  ପିସିସି ପୂନର୍ଗଠନ ପାଇଁ ଏପରି ପଦକ୍ଷେପ ନିଆଯାଇଛି ।

Related posts

ଜି-୨୦ ଶିଖର ସମ୍ମିଳନୀ ସମୟରେ ଡ୍ରୋନ୍‌ ଠାବ 

mahabharatanews

 ଅରବିନ୍ଦ କେଜ୍ରିୱାଲଙ୍କୁ ନିର୍ଯାତନା

mahabharatanews

ଭୋଟ୍ ଗଣତିର ୨୧ ରାଉଣ୍ଡ୍ ସୁଦ୍ଧା ଜୟ ଢ଼ୋଲକିଆ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ବହୁ ଆଗରେ

mahabharatanews