ବିଶ୍ୱ

ହଂକଂରେ ସାମ୍ନାକୁ ଆସିଲା ୨୨ ହଜାର ନୂଆ କରୋନା ମାମଲା

ହଂକଂରେ କରୋନା ମହାମାରୀ ଖୁବ ଜୋରରେ ବ୍ୟାପିବାରେ ଲାଗିଛି । ଦିନକୁ ପ୍ରାୟ ୨୨ ହଜାର ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଚଳିତ ମାସରେ ୭ ଲକ୍ଷ ମାମାଲା ଦେଖା ଦେଇଥିବା ବେଳେ ମୋଟ କରୋନା ସଂକ୍ରମିତ ସଂଖ୍ୟା ପ୍ରୟ ୧୦ ଲକ୍ଷ ପାର କରିଛି । ସଂକ୍ରମିତ ସଂଖ୍ୟା ଯେତେବଢୁଛି ମୃତ୍ୟୁ ହାରମଧ୍ୟ ବଢିବାରେ ଲାଗିଛି । ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ୫ ହାଜାରରୁ ଅଧିକ ଜୀବନ ଗଲାଣି ଏହି ମାହାମାରୀ ପାଇଁ ।

ଏହାପୂର୍ବରୁ ୨୦୨୦ ଓ ୨୦୨୧ରେ ୨୦୦ କରୋନା ମୃତ୍ୟୁ ସାମ୍ନାକୁ ଆସିଥିଲା । ଏହି ଲହରରେ ପ୍ରାଣ ହରାଇଥିବା ଲୋକଙ୍କ ବୟସ ୭୦ ବର୍ଷରୁ ଅଧିକ । ଏମାନଙ୍କ ମଧ୍ୟରୁ ତିନି ଚତୁର୍ଥାଂଶ କରୋନା ଟିକା ନେଇନଥିବା ଜଣାପଡ଼ିଛି । ଦୈନିକ ମୃତ୍ୟୁ ପରିସ୍ଥିତି ଏଭଳି ହୋଇଛି କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିବା ମୁସ୍କିଲ ହୋଇପଡ଼ିଛି । ମୃତଦେହଗୁଡ଼ିକୁ ରେଫ୍ରିଜରେଟରରେ ରଖିବାକୁ ପଡ଼ୁଛି । ୨୪ ଘଂଟା ପର୍ଯ୍ୟନ୍ତ ଶ୍ମଶାନ ଘାଟ ଖୋଲା ରହୁଛି । ଅଧିକାରୀମାନେ ୨୩୦୦ ମୃତଦେହ ରଖିବା ପାଇଁ ପାର୍କିଂ ଡେକରେ ୪୦ଟି କଂନଟେନର ପ୍ରସ୍ତୁତ ରଖିଛନ୍ତି ।

Related posts

ପାକ ରେଳ ଦୁର୍ଘଟଣା; ଚାଲିଗଲା ୩୩ ଜୀବନ   

mahabharatanews

ଗାଜା ଷ୍ଟ୍ରିପରେ ଯୁଦ୍ଧ ବନ୍ଦ କରିବ ନାହିଁ ଇସ୍ରାଇଲ

mahabharatanews

ଇରାନ ବିମାନ ବନ୍ଦର ନିକଟରେ ବିସ୍ଫୋରଣ

mahabharatanews