ବିଶ୍ୱ

ଯୁଦ୍ଧ ବିରୁଦ୍ଧରେ ମନ୍ତବ୍ୟ ଦେଇ ଲାଇଭ ଟିଭି ସୋରେ ପ୍ରବେଶ କଲେ ରୁଷ ମହିଳା

ୱାସିଂଟନ : ୨୦ ଦିନରେ ପହଞ୍ଚିଲା ୟୁକ୍ରେନ୍-ରୁଷ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଚାଲିଛି ଘମାଘୋଟ ଲାଢ଼େଇ । ରୁଷ ସେନା ୟୁକ୍ରେନ୍ ଉପରେ ଅହରହ ଆକ୍ରମଣ କରୁଛନ୍ତି । ହେଲେ ଋଷ ସରକାରଙ୍କ ଏହି ଯୁଦ୍ଧ ନିଷ୍ପତ୍ତିକୁ ଋଷବାସୀ ବିରୋଧ କରୁଛନ୍ତି । ଏନେଇ ଋଷର ବିଭିନ୍ନ ସହରରେ ଲୋକମାନେ ପୁଟିନଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି । ଏହାରି ଭିତରେ ସାମ୍ନାକୁ ଆସିଲା ଏକ ଅଜବ ଘଟଣା। ସୋମବାର ସଂଧ୍ୟାରେ ରୁଷ୍‌ର ଏକ ଟିଭି ଚ୍ୟାନେଲ୍‌ରେ ଲାଇଭ୍‌ ଖବର ଚାଲିଥିବା ସମୟରେ ହଠାତ ଯୁଦ୍ଧକୁ ବିରୋଧ କରୁଥିବା ଜଣେ ମହିଳା ଯୁଦ୍ଧ ବିରୋଧୀ ଏକ ସ୍ଲୋଗାନ୍‌ ଲେଖି ଖବର ଉପସ୍ଥାପିକାଙ୍କ ପଛକୁ ପଳାଇଥିବା ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଗତକାଲି ସନ୍ଧ୍ୟା ୭ ଟାରେ ଋଷ ଷ୍ଟେଟ ଚ୍ୟାନେଲ ୧ ରେ ଲାଇଭ ସୋ ରେ ହଠାତ ପ୍ରବେଶ ।

ମହିଳା ଜଣଙ୍କ ସେହି ଟିଭି ଚ୍ୟାନେଲର ଜଣେ ସଂପାଦକ ବୋଲି ଜଣାପଡିଛି । ଏପରି କାଣ୍ଡ କରିଥିବା ମହିଳାଙ୍କ ନାମ ହେଉଛି ମାରିନା ଓଭସାନନିକୋଭା। ସେ ପୂର୍ବରୁ ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ ଏକ ଭିଡିଓ ରେକର୍ଡ କରିଥିଲେ । ମହିଳାଙ୍କର ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି। ସେ କହିଛନ୍ତି କି, ‘ସତକୁ ପ୍ରକାଶ କରିବାକୁ କୁଣ୍ଠା କରୁନଥିବା ସେ ସମସ୍ତ ରୁଷ୍‌ବାସୀଙ୍କୁ ମୁଁ କୃତଜ୍ଞତା ଜଣାଉଛି’। କିନ୍ତୁ ଏପରି କାର୍ଯ୍ୟ କରିବା ପରେ ତାଙ୍କୁ ଗିରଫ କରାଯାଇ ଏବେ ପୁଲିସ୍‌ ହେପାଜତରେ ରଖାଯାଇଛି।

Related posts

ଆମେରିକାର ଗୁଳିକାଣ୍ଡରେ ୨୨ ମୃତ ,୬୦ ଆହତ  

mahabharatanews

ଇସ୍ରାଏଲ-ଗାଜା ଯୁଦ୍ଧ: ଗୋଟିଏ ପରିବାରର ୭୬ଜଣ ମୃତ

mahabharatanews

ଭୁକମ୍ପ ଝଟକାରେ ଥରିଲା ଆମେରିକା, ସତର୍କ ସୂଚନା ଜାରି

mahabharatanews