ଅପରାଧଭାରତ

ମୃତ ଅବସ୍ଥାରେ ଉଦ୍ଧାର ହେଲା ଦୁଇ ମାସର ଶିଶୁ

ଦିଲ୍ଲୀ : ଦିନକୁ ଦିନ ବଢିବାରେ ଲାଗିଛି ଶିଶୁ ମୃତ୍ୟୁ ହାର । ଦକ୍ଷିଣ ଦିଲ୍ଲୀରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସୋମବାର ଦିନ ଚିରାଗ ଅଞ୍ଚଳରେ ମାଇକ୍ରୋୱେଭ୍ ଓଭେନ୍ ଭିତରୁ ଏକ ଦୁଇ ମାସର ଶିଶୁକୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ଘଟଣାକୁ ନେଇ ପୋଲିସ ଏବେ ତନାଘନା କରିବାରେ ଲାଗିଛି । ଏହି ୨ମାସର ଶିଶୁର ମୃତ ଖବରକୁ ନେଇ ପୋଲିସ ଡେପୁଟି କମିସନର ବେନିତା ମାରି ଜୟକରଙ୍କୁ ସଂଧ୍ୟା ୫ଟା ବେଳେ ହସ୍ପିଟାଲ୍ ପକ୍ଷରୁ କବର ହୋଇଥିଲା । ଏହି ଘଟଣାକୁ ପୁଲିସ୍ ତଦନ୍ତ କରି ଅଜଣା ବ୍ୟକ୍ତିଙ୍କ ନାମରେ ହତ୍ୟା ମାମଲା ରୁଜୁ କରିଛି। ଏବେ ସୁଦ୍ଧା ଏ ସଂକ୍ରାନ୍ତରେ ପୁଲିସ୍ କାହାକୁ ଗିରଫ କରିନାହିଁ।

ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଉଛି ଶିଶୁଟିର ମା । ଶିଶୁଟିର ମାଆକୁ ପୁଲିସ୍ ଷ୍ଟେସନରେ ପଚରାଉଚରା କରାଯାଇଛି। ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଯାଇଛି। ଘଟଣା ଘଟିବା ସମୟରେ ଶିଶୁଟିର ବାପା ଘରେ ଉପସ୍ଥିତ ନଥିଲେ।

ଶିଶୁଟି ମାଇକ୍ରୋୱେଭ୍ ଓଭେନ୍ ଭିତରୁ ଉଦ୍ଧାର କରିଥିଲେ ତାଙ୍କ ପଡୋଶୀ । ତାଙ୍କ କହିବା ଅନୁଯାୟୀ, ମହିଳା ଜଣକ ଘର ଭିତର ପଟୁ କବାଟ ଦେଇ ଦୀର୍ଘ ସମୟ ଧରି ରହିଥିବାରୁ ସେ କାଚ ଭାଙ୍ଗି ଘରେ ପଶିଥିଲେ। ସେ ଦେଖିବା ବେଳକୁ ମହିଳା ଅଚେତ ଅବସ୍ଥାରେ ତଳେ ପଡ଼ିଥିଲେ। ସେ ଶିଶୁଟିକୁ ବହୁ ଖୋଜିବା ପରେ ବି ପାଇନଥିଲେ। ପରେ ।ନ୍ୟ ପଡୋଶୀ ଅସି ଖୋଜା ଖୋଜି କରିବାରୁ ଶିଶୁଟିକୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

Related posts

 ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩

mahabharatanews

ପୁଣି ବ୍ରାଉନସୁଗାର ଜବତ, ଜଣେ ଗିରଫ

mahabharatanews

ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ପରେ ଏବେ ଫସିଛନ୍ତି ପୁଅ ଅନମୋଲ

mahabharatanews