ଓଡିଶାରାଜନୀତି

ପୌର ଫାଇଟ: ରାଜଧାନୀରେ ସୁଲୋଚନା ଆଗୁଆ, କଟକରେ ସୁବାସ ଆଗୁଆ, ଜାଣନ୍ତୁ କିଏ ପାଇଲା କେତେ ଭୋଟ୍

ଭୁବନେଶ୍ୱର: ପୌର ଫଳାଫଳ ଅନୁଯାୟୀ ମଧ୍ୟାହ୍ନ ୧୨ଟା ସୁଦ୍ଧା ମିଳିଥିବା ଟ୍ରେଣ୍ଡ ମୁତାବକ । ମେୟର ଓ ପୌରାଧ୍ୟକ୍ଷ ଆସନରେ ବାଜି ଧିରେ ଧିରେ ବିଜେଡି ଆଡ଼କୁ ଢ଼ଳିବାକୁ ଲାଗିଛି । ଫଳାଫଳ ଅନୁଯାୟୀ ଭୁବନେଶ୍ୱର ଏବଂ କଟକ ଭଳି ମହାନଗର ନିଗମରେ ବିଜେଡ଼ି ଯଥେଷ୍ଟ ଆଗରେ ରହିଥିବା ସମୟରେ ବିରୋଧୀ କିନ୍ତୁ ଧିମା ପଡ଼ି ଯାଇଛନ୍ତି । ଏବେର ଟ୍ରେଣ୍ଡ ଅନୁଯାୟୀ ଭୁବନେଶ୍ୱର ମହାନଗର ନିର୍ବାଚନରେ ବିଜେଡିର ସୁଲୋଚନା ଦାସ ୧୬, ୮୪୬ଟି ଭୋଟ ପାଇଥିବା ସମୟରେ ବିଜେପିର ସୁନୀତି ମୁଣ୍ଡ ୧୦୯୪୩ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ୬୮୨ ସିଟ୍ ହାସଲ କରିଛନ୍ତି ।

ସେହିପରି କଟକ ମହାନଗର ନିଗମରେ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ କଟକର ବିଜେଡି ପ୍ରାର୍ଥୀ ସୁବାସ ସିଂ ୧୭,୫୦୮ ଭୋଟ ହାସଲ କରିଥିବା ସମୟରେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ୧୩,୮୫୦ ଭୋଟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଅନ୍ୟପକ୍ଷେ ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ୬୨୯୪ ଭୋଟରେ ବହୁ ପଛରେ ରହିଛନ୍ତି ।

ସେପଟେ ବ୍ରହ୍ମପୁର ମହାନଗର ନିଗମ ଲାଗି ଭୋଟ ଗଣତି ଜାରି ରହିଥିବା ସମୟରେ ଏବେ ସୁଦ୍ଧା ବିଜେଡି ପ୍ରାର୍ଥୀ ୩୩,୭୨୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୨୫୨୯୭ ଖଣ୍ଡ ଭୋଟ ପାଇଛନ୍ତି । ସେହିଭଳି କଂଗ୍ରେସ ୪୦୧୩ ଖଣ୍ଡ ଭୋଟ ପାଇଛନ୍ତି ।

Related posts

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି

mahabharatanews

ଖୁବ ଶୀଘ୍ର ଆସିବ କଂଗ୍ରେସ ତାଲିକା 

mahabharatanews

୮ ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା: କେନ୍ଦ୍ରର ଅରେଞ୍ଜ ୱାର୍ଣ୍ଣିଂ ଜାରି

mahabharatanews