ଓଡିଶାଖେଳଭାରତ

ସ୍ବର୍ଣ୍ଣ ପଦକ ସହ ନୂଆ ରେକର୍ଡ ସୃଷ୍ଟି କଲେ ପୁନମ

ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ଇନଡୋର ହଲରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ଆଜି ୭୬ କେଜି ବରିଷ୍ଠ ମହିଳା ବର୍ଗରେ ଆରଏସପିବିର ପୁନମ ୟାଦବ ସ୍ନାଚରେ ୯୯କେଜି ଉତ୍ତୋଳନ କରି ପୂର୍ବରୁ ନିଜ ନାମରେ ଥିବା ୯୮ କେଜିର ରେକର୍ଡକୁ ଭଙ୍ଗ କରିଛନ୍ତି ଓ ଏଥିସହିତ କ୍ଲିନ ଆଣ୍ଡ ଜର୍କରେ ୧୧୫ କେଜି ଉତ୍ତୋଳନସହ ମୋଟ ୨୧୪ କେଜି ଉତ୍ତୋଳନକରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ବର୍ଗରେ ତାମିଲନାଡୁର ଆର. ଆରୋଚକିୟା ଅଲିଶ ମୋଟ ୨୦୯ କେଜି ଉତ୍ତୋଳନ କରି ରୌପ୍ୟ ଏବଂ ମଣିପୁରର ଖ. ସରଜୁବାଳା ଦେବୀ ମୋଟ ୧୯୬ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ଜୁନିୟର ମହିଳା ୭୬ ବର୍ଗରେ ହରିୟାଣାର ଜ୍ୟୋତି ୟାଦବ ମୋଟ ୧୮୪ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ମହାରାଷ୍ଟ୍ରର ପ୍ରତୀକ୍ଷା କାଦୁ ମୋଟ ୧୭୨ କେଜି ଉତ୍ତୋଳନ କଟି ରୌପ୍ୟ ଏବଂ ଆନ୍ଧ୍ରପ୍ରଦେଶର ପି. ଧାତ୍ରୀ ମୋଟ ୧୭୧ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ୭୬ କେଜି ମହିଳା ୟୁଥ ବର୍ଗରେ ହରିୟାଣାର ଶୀତଳ ମୋଟ ୧୪୯ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ପଣ୍ଡିଚେରୀର ଭି. ଦେବୀ ମୋଟ ୧୪୮ କେଜି ଉତ୍ତୋଳନ କରି ରୌପ୍ୟ ପଦକ ଏବଂ ଉତ୍ତରପ୍ରଦେଶର ଜ୍ୟୋତି ୟାଦବ ମୋଟ ୧୩୯ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

Related posts

ଚନ୍ଦନଯାତ୍ରା ନୀତି ନିର୍ଘଣ୍ଟ ନେଇ ଅପରାହ୍ନରେ ବସିବ ଛତିଶା ନିଯୋଗ ବୈଠକ

mahabharatanews

ଡେଭିଡ ୱାର୍ଣ୍ଣର ଟେଷ୍ଟ କ୍ରିକେଟରୁ ନେବେ ଅବସର 

mahabharatanews

ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ସମନ୍ୱୟ ବୈଠକ ଶେଷ

mahabharatanews