ଅପରାଧଓଡିଶା

ଗାଙ୍ଗପୁର ଆଇଆଇସି ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ସତ୍ୟ

ଗଞ୍ଜାମ: ସର୍ଭିସ ରିଭଲଭରରୁ ଗୁଳି ଫୁଟି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନାଧିକାରୀ ଦେବ କୁମାର ଗମାଙ୍ଗ ମୃତ୍ୟୁ ଘଟଣା ରହସ୍ୟ ଘେରକୁ ଟାଣି ହୋଇ ଯାଉଛି। ଏହି ସମୟରେ ଘଟଣାର ପ୍ରକୃତ ତଦନ୍ତ ଦାବି କରିଛନ୍ତି ମୃତ ଥାନା ଅଧିକାରୀଙ୍କ ପରିବାର ଲୋକେ । ଦେବଙ୍କ ମୃତ୍ୟୁ ନେଇ ମାଆ ଓ ପତ୍ନୀଙ୍କ ମୁହଁ ଖୋଲିବା ପରେ ଘଟଣା ଏକ ଭିନ୍ନ ମୋଡ଼ ନେଇଛି ।

ସୂଚନା ଅନୁଯାୟୀ, ଘଟଣା ଘଟିବା ଦିନ ଭଞ୍ଜନଗର ଏସଡିପିଓ ଓ ଥାନା ଆଇଆଇସି ଗମାଙ୍ଗଙ୍କୁ ଛୁଟିରେ ଯିବା ପାଇଁ ବାଧ୍ୟ କରିଥିଲେ । ଏହି ୨ଜଣ ଅଫିସର ଏଥିପାଇଁ ଗମାଙ୍ଗଙ୍କ ଘରକୁ ଆସିଥିଲେ । ସେଠାରେ ଆଇଆଇସି ଦେବକୁମାର ଗମାଙ୍ଗକୁ କହିଥିଲେ ସେ ଛୁଟିରେ ଯାଆନ୍ତୁ । କିନ୍ତୁ ଆଇଆଇସି ଏଥିରେ ରାଜି ହୋଇନଥିଲେ । ଏକଥା କହିଛନ୍ତି ଗାଙ୍ଗପୁର ଥାନାର ସବ ଇନ୍ସପେକ୍ଟର ସୁବ୍ରଜିତ ସାମନ୍ତରାୟ ।ଏକ ଭିଡିଓରେ ସୁବ୍ରଜିତ ସାମନ୍ତରାୟ ଏହି ବୟାନ ଦେଇଥିବା ସୂଚନା ମିଳିଛି ।ତେବେ ଘଟଣା ସ୍ଥଳରେ ସୁବ୍ରଜିତ ସାମନ୍ତରାୟ ମଧ୍ୟ ଆଇଆଇସିଙ୍କ ମୃତ୍ୟୁ ସମୟରେ ଉପସ୍ଥିତ ଥିଲେ ।

ଅନ୍ୟପକ୍ଷେ, ଦେବଙ୍କ ମାଙ୍କ ବୟାନ କିନ୍ତୁ ଘଟଣାକୁ ପୂରା ଭିନ୍ନ ମୋଡ଼ ଦେଇଛି ।ତାଙ୍କ ମା’ଙ୍କ ବୟାନ ଅନୁଯାୟୀ, ଘଟଣା ଘଟିଥିବା ଦିନ ସମସ୍ତେ ଏକାଠି ଗୋଟିଏ ଟେବୁଲରେ ବସି ଖାଇଥିଲେ । ଏହି ସମୟରେ ମାଆ ବାଥରୁମକୁ ଯିବାପରେ ହଠାତ ତାଙ୍କୁ ଗୁଳିର ଶବ୍ଦ ଶୁଭିଥିଲା। ଦେବଙ୍କ ମା ବାଥରୁମରୁ ବାହାରକୁ ଆସି ପୁଅକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ପାଇଥିଲେ । ତେଣୁ ଏହି ଘଟଣାର ନିରପେକ୍ଷ ତଥା ସଠିକ ତଦନ୍ତ ପାଇଁ ଦାବି କରିଛନ୍ତି ଦେବ ଗମାଙ୍ଗଙ୍କ ମାଆ । ଅନ୍ୟପଟେ ଦେବ ମାନସିକ ଚାପରେ ଥିବା କହିଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ । ଯାହାକୁ ସମ୍ପୂର୍ଣ୍ଣ ରୂପେ ଅସ୍ବୀକାର କରିଛନ୍ତି ପତ୍ନୀ କିରଣ ମହାନ୍ତି । ଉଭୟ ସ୍ଵାମୀ ଓ ସ୍ତ୍ରୀ ପୋଲିସ ବିଭାଗରେ ଚାକିରି କରିଥିବା ବେଳେ ଥାନା ଅଧିକାରୀ ଦେବ କୁମାର ଗମାଙ୍ଗ ମୃତ୍ୟୁ ଘଟଣାକୁ ସହଜରେ ସ୍ୱୀକାର କରିପାରି ନାହାନ୍ତି ତାଙ୍କ ପତ୍ନୀ କିରଣ ମହାନ୍ତି ।

Related posts

ଗତ ୨୪ ଘଣ୍ଟାରେ ୨୯୧ କରୋନା ପଜିଟିଭ ଚିହ୍ନଟ

mahabharatanews

ପିସି ନଦେଲେ ମୁନ୍ସୀପାଲିଟିରେ ହେଉନି କାମ

mahabharatanews

“ମୋଦୀଙ୍କ ଟିପ୍ପଣୀ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଏକ ଅପମାନ”:  ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ

mahabharatanews