ଓଡିଶା

କେନ୍ଦୁଝର ଜିଲ୍ଲାପାଳଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ

କେନ୍ଦୁଝର : କେନ୍ଦୁଝର ଜିଲାପାଳ ଆଶିଷ ଠାକରେଙ୍କ ନାଁରେ ଆରେଷ୍ଟ ଓ୍ବାରେଣ୍ଟ ଜାରି ହୋଇଛି। ଜାତୀୟ ଅନୁସୂଚିତ ଜନଜାତି କମିଶନ ପକ୍ଷରୁ ଏହି ଓ୍ବାରେଣ୍ଟ ଅଫ ଆରେଷ୍ଟ ଜାରି କରାଯାଇଛି। ତେବେ ତାଙ୍କୁ ଗିରଫ କରି ନୂଆଦିଲ୍ଲୀ ସ୍ଥିତ କମିଶନଙ୍କ କାର୍ଯ୍ୟାଳୟରେ ହାଜର କରାଇବା ପାଇଁ ରାଜ୍ୟ ଡିଜିପି ସୁନୀଲ କୁମାର ବଂଶଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ।

ଜନଜାତି ଉତ୍ପୀଡନ ସମ୍ପର୍କିତ ବିଭିନ୍ନ ମାମଲାରେ ହାଜର ହେବା ପାଇଁ ଜାତୀୟ ଅନୁସୂଚିତ ଜନଜାତି କମିଶନ ଜିଲାପାଳଙ୍କୁ ନୋଟିସ ଦେଇଥିଲେ। ବାରମ୍ବାର ସମନ ସତ୍ତ୍ୱେ ହାଜର ହେଉନଥିବାରୁ ତାଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରାଯାଇଛି।

Related posts

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟାପକ ଓ କର୍ମଚାରୀଙ୍କ କଳାବ୍ୟାଚ ପରିଧାନ

mahabharatanews

ସ୍ଵଚ୍ଛତା ପକ୍ଷରେ ଡାକ୍ତରଖାନା ପରିସର ସଫେଇ କଲେ ଡାକ୍ତର, ଶିକ୍ଷକ ଓ କର୍ମଚାରୀ

mahabharatanews

ବରଗଡ ସାଂସଦ ସୁରେଶ ପୂଜାରୀଙ୍କୁ କରୋନା

mahabharatanews