ଭାରତ

ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ନୂତନ ସ୍ଥଳସେନା ମୂଖ୍ୟ

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଭାରତୀୟ ଆର୍ମୀର ନୂତନ ସ୍ଥଳସେନା ମୁଖ୍ୟ ଭାବେ ଏପ୍ରିଲ ୩୦ରେ ଦାଇତ୍ୱ ଗ୍ରହଣ କରିବେ । ଏହା ସହ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କ ସହକର୍ମୀମାନେ ତାଙ୍କୁ ଜଣେ ନମ୍ର ବ୍ୟକ୍ତି ଭାବେ ବର୍ଣ୍ଣନା କରିଛନ୍ତି । ସେନାର କୋର ଅଫ ଇଞ୍ଜିନିୟର ହେଉଛନ୍ତି ମନୋଜ । ଏବେ ସ୍ଥଳସେନା ମୁଖ୍ୟ ଏମ.ଏମ. ନରଓ୍ବାଣେଙ୍କ ସ୍ଥାନ ନେବେ ମନୋଜ । ଦେଶର ପ୍ରଥମ ଇଞ୍ଜିନିୟର ଭାବେ ସ୍ଥଳସେନାର ମୁଖ୍ୟ ହେବାକୁ ଯାଉଛନ୍ତି ମନୋଜ ପାଣ୍ଡେ ।

ଚଳିତ ମାସ ଶେଷରେ ନରଓ୍ବାଣେ ଅବସର ନେବା ପରେ ନିଯୁକ୍ତି ନେବେ ନୂତନ ସ୍ଥଳସେନା ମୁଖ୍ୟ । ୧୯୮୨ ମସିହାରେ ସେନାର ଇଞ୍ଜିନିୟର ରେଜିମେଣ୍ଟରେ ଭର୍ତ୍ତି ହୋଇଥିଲେ ମନୋଜ । ନରଓ୍ବାଣେଙ୍କ ପରେ ମନୋଜ ହେଉଛନ୍ତି ସେନାର ସବୁଠୁ ବରିଷ୍ଠ ଅଧିକାରୀ । ଅନ୍ୟ ପକ୍ଷେ ଗତ ବର୍ଷ ଡିସେମ୍ବରରେ ଭାରତର ପ୍ରଥମ ସିଡିଏସ୍ ଜେନ ବିପିନ ରାଓ୍ବାତଙ୍କର ହଠାତ୍ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ପରେ ଡିଫେନ୍ସ ଷ୍ଟାଫ୍ଙ୍କ ପଦବୀ ଖାଲି ରଖିବାକୁ ସରକାର ନିଷ୍ପତ୍ତି ନେଇଥିଲେ । କିନ୍ତୁ ଖାଲି ଥିବା ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ସିଡିଏସ ପଦ ଦୌଡରେ ନରଓ୍ବାଣେଙ୍କ ନାଁ ଆଗରେ ଥିବା ବିଶେଷ ସୂତ୍ରରୁ ଜଣାପଡୁଛି ।

Related posts

ଶପଥ ନେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ

mahabharatanews

ସୁପ୍ରିମକୋର୍ଟରୁ ନୁପୂର ଶର୍ମାଙ୍କୁ ଆଶ୍ୱସ୍ତି

mahabharatanews

ଭୁକମ୍ପରେ ଥରିଲା  ହିମାଚଳ ପ୍ରଦେଶ

mahabharatanews