ଭୁବନେଶ୍ୱର : ଜଣେ ବ୍ୟକ୍ତି ଓ ତାଙ୍କ ଝିଅ ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ପଡି ରହିଥିଲେ । ଏହା ପରେ ସେହି ରାସ୍ତା ଦେଇ ଯାଉଥିବା ଜଣେ ଅଟୋ ଚାଳକଙ୍କୁ ସାହାଯ୍ୟ ମାଗିଥିଲେ ଆହାତ । ପରେ ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇ ଯାଇଥିଲେ ଅଟୋ ଚାଳକ ଜଣକ । ସେ ଚାଳକ ଆହତଙ୍କୁ ଶୀଘ୍ର ହସ୍ପିଟାଲରେ ପହଞ୍ଚାଇବାକୁ ଚାହୁଁଥିଲେ, କାରଣ ଦୁର୍ଘଟଣାରେ ଝିଅଟି ଅଧିକ ମାତ୍ରାରେ ଆହତ ହୋଇଥିଲା ଯାହାଫଳରେ ଦେହରୁ ଅନବରତ ରକ୍ତ ଝରିବାରେ ଲାଗିଥିଲା । ଏହାରି ଭିତରେ ବଢିଯାଇଥିଲା ଗାଡିର ବେଗ । ଆଉ ଆହତଙ୍କୁ ହସ୍ପିଟାଲରେ ଛାଡିବାର କେଇ ଘଣ୍ଟା ପରେ ହିଁ ମୋବାଇଲକୁ ୨ ହଜାର ଟଙ୍କା ଚାଲାଣର ମେସେଜ ଆସିଥିଲା ।

ଘଟଣାଟି ଏମିତି ଥିଲା ଯେ, ସତ୍ୟନଗର ଅଞ୍ଚଳରେ ବାସ କରନ୍ତି ଅଟୋ ଚାଳକ କାଳିଆ ପଣ୍ଡା । ଗତ ମାସ ୨୬ ତାରିଖରେ କାଳିଆ ବାୟା ମଠ ନିକଟରେ ଅଟୋ ନେଇ ଯାଉଥିଲେ । ସେଠାରେ ବାପ-ଝିଅ ଆହତ ଅବସ୍ଥାରେ ଅଟୋକୁ ଅଟକାଇ ହସ୍ପିଟାଲ ନେବାକୁ ସାହାଯ୍ୟ ମାଗିଥିଲେ । ଅନଲାଇନରେ ଅଟୋ ବୁକିଂ କରାଯାଇଥିଲା । ପରେ କାଳିଆ ଆହତ ବାପ ଝିଅଙ୍କୁ ନେଇ ସଖାଳ ୭ଟା ୩୭ରେ ପହଞ୍ଚାଇଥିଲା । ଝିଆର ଗୁରୁତର ଅବସ୍ଥାଥିବାରୁ ଅଟୋଚାଳକ ଗାଡିର ବେଗ ବଢାଇଥିଲେ । ଯାହାଫଳରେ ମାତ୍ର କିଛି ସମୟରେ ହିଁ ତାଙ୍କ ମୋବାଇଲକୁ ଚାଲାଣ ବାବଦେ ଆସିଥିଲା ୨ ହଜାର ଟଙ୍କାର ମେସେଜ । ଏହି ମେସେଜ ଦେକି ଅଟୋ ଚାଳକ ୧୧୨କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ପାରି ନାହିଁ । ଘଣ୍ଟା ପ୍ରତି ଗାଡିର ବେଗ ୭୦ କିମି ଥିବାରୁ ୨ ହଜାର ଟଙ୍କା ଜରିମାନା ରହିଥିବା ଉଲ୍ଲେଖ ରହିଛି । ସାହାଯ୍ୟ କରିବାକୁ ଯାଇ ଏପରି ଅସୁବିଧାରେ ପଡିଯାଇଥିବାରୁ କାଳିଆ ଦୁଃଖପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଲିଖିତ ଅଭିଯୋଗ ଆସିଲେ ଯାଞ୍ଚ କରାଯିବ ବୋଲି ଟ୍ରାଫିକ ଡିସିପି ଏସ୍. ସୁଶ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆହତଙ୍କୁ ନେବା କଥା ଯଦି ଯାଞ୍ଚରେ ଜଣା ପଡେ ତେବେ ଜରିମାନା ଛାଡ କରାଯିବ । ସେପଟେ କାଳିଆ ପାଖରେ ଅନଲିଇନ ବୁକିଂର ମେସେଜ ରିହିଛି, ଯାହା ଆହାତଙ୍କୁ ନେବା ସ୍ଥାନ ଓ ଛାଡିବା ସ୍ଥାନ ଉଲ୍ଲେଖ ରହିଛି ବୋଲି କାଲିଆ କହିଛନ୍ତି । ଏହା ସହ ହସ୍ପିଟାଲର ସିସିଟିଭି ପୁଟେଜ ମଧ୍ୟ ରହିଥିବ ।
