ଓଡିଶା

ସମ୍ବଲପୁର ଗସ୍ତ ରେ ରାଜ୍ୟପାଳ

ସମ୍ବଲପୁର: ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ  ଲାଲ ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଅଛନ୍ତି । ୨୦ ତାରିଖ ବୁଧବାର ଦିନ ରାଜ୍ୟପାଳ ଭୁବନେଶ୍ୱର ଠାରୁ ଟ୍ରେନ ଯୋଗେ ସମ୍ବଲପୁର ଗସ୍ତ ଆରମ୍ଭ କରିଥିବା ବେଳେ ଆଜି ସୁନ୍ଦରଗଡର ରାଜଗାଙ୍ଗପୁର ଠାରେ ପହଚିଂ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ସେଠାରୁ ଗଣେଶୀ ଲାଲ ସମ୍ବଲପୁର ଅଭିମୁଖେ ବାହାରି ୪ଟା ସମୟରେ ଦିବ୍ୟ ନୟନ ଯୋଗ ସେଣ୍ଟରର ଉଦଘାଟନ କରିବେ । ପରେ ସେ ସକ୍ରିଟ ହାଉସରେ ବିଶ୍ରାମ ପାଇଁ ସୁବିଧା ହୋଇଛି । ତପସ୍ୱନୀ ପ୍ରେକ୍ଷାଳୟରେ ଓଡିଶା ସାଂସ୍କୃତିକ ସମାଜର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟ କ୍ରମରେ ସନ୍ଧ୍ୟାରେ ଯୋଗ ଦେବେ । ରାତିରେ ଅଶୋକ ନିବାସକୁ ଯାଇ ରାତ୍ରୀ ଯାପନ କରିବେ । ୨୨ତାରିଖ ସକାଳେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତ ନ କାର୍ଯ୍ୟ କ୍ରମରେ ଯୋଗ ଦେବେ ।ଏହା ପରେ ଅଶୋକ ନିବାସରେ ମଧ୍ୟାହ୍ନ ଭୋଜନ କରିବା ପରେ ବରଗଡ ଜିଲ୍ଲାକୁ ଗସ୍ତ କରିବେ । ସେଠାରୁ ପୁଣି ଅଶୋକ ନିବାସ ଫେରି ରାତ୍ର ଭୋଜନ ସାରି ଟ୍ରେନ ଯୋଗେ ଭୂବନେଶର ଫେରିବାର କାର୍ଯ୍ୟକ୍ରମ ହୋଇଛି । ରାଜ୍ୟପାଳ ପାଇଁ ଜେଡ୍ ପ୍ଲସ ସୁରକ୍ଷା ସହିତ ୧୪ ଜଣିଆ ଟିମ ମଧ୍ୟ ଉପସ୍ଥିତ ରହିବେ ।

Related posts

୧୭ ଯାଏଁ ଖୋଲିବ ଅମୃତ ଉଦ୍ୟାନ

mahabharatanews

ଚନ୍ଦ୍ରଯାନ-୩; ସଫଳତା କାମନା କଲେ ଶଙ୍କରାଚାର୍ଯ୍ୟ 

mahabharatanews

କାଳବୈଶାଖୀ ସମ୍ଭାବନା; ସତର୍କ ସୂଚନା ଜାରି

mahabharatanews