ଓଡିଶା

ମାଓବାଦୀ ଜାଳିଦେଲେ ଯାତ୍ରୀବାହୀ ବସ୍

ତେଲେଙ୍ଗାନା : ପୁଣି ମାଓ ହିଂସା । ମାଲକାନଗିରି ସୀମାନ୍ତରେ ଆଜି ନକ୍ସଲଙ୍କ ପକ୍ଷରୁ ବନ୍ଦ ପାଳନ କରାଯାଉଥିବାବେଳେ ବନ୍ଦକୁ ନେଇ ନକ୍ସଲ ହିଂସାତ୍ମକ ହୋଇପଡିଛନ୍ତି। ଗତକାଲି ରାତିରେ ସୀମାନ୍ତ ତେଲେଙ୍ଗାନାର ଚିନ୍ତୁର ଥାନା ଅନ୍ତର୍ଗତ କତୁର ଗ୍ରାମ ନିକଟରେ ନବରଙ୍ଗପୁରରୁ ହାଇଦ୍ରାବାଦ ଯାଉଥିବା ବସକୁ ନକ୍ସଲ ନିଆଁ ଲଗାଇ ପୋଡି ଦେଇଛନ୍ତି। ବସ ପୋଡିବା ପରେ ନକ୍ସଲମାନେ ପୋଷ୍ଟର ସହ ଲିଫଲେଟ ଛାଡ଼ି ଚାଲିଯାଇଛନ୍ତି ।

ଯାହା ପରେ ଗାଡିକୁ ଅଟକାଇଥିଲେ ମାଓବାଦୀ । ପରେ ସମସ୍ତ ୪୦ ଯାତ୍ରୀଙ୍କୁ ତଳକୁ ଓହ୍ଲାଇଦେଇ ବସରେ ନିଆଁ ଲଗାଇ ଦେଇଥିଲେ ମାଓବାଦୀ । ଆନ୍ଧ୍ର ଚିନ୍ତୁରୁ ମଣ୍ଡଳର ୩୦ ନମ୍ବର ଜାତୀୟ ରାଜପଥରେ ମାଓବାଦୀ ଏଭଳି କାଣ୍‌ଡ ଭିଆଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ ଗତକାଲି ରାତିରେ ଶତାଧିକ ନକ୍ସଲ କଣ୍ଟା ଏବଂ କତୁର ଗ୍ରାମ ମଧ୍ୟରେ ରହିଥିବା ଜଙ୍ଗଲରୁ ବାହାରି ରାସ୍ତା ଅବରୋଧ କରିଥିଲେ। ରାସ୍ତାର ଦୁଇପଟେ ବହୁ ଗାଡି ଅଟକି ରହିଥିଲା। ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇବାକୁ ଧମକ ଦେବା ପରେ ବସରେ ନିଆଁ ଲଗାଇ ଦେଇଥିଲେ।ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।

 

Related posts

ଏନଟିପିସି, କଣିହାଁ ପ୍ରକଳ୍ପ ୩ୟ ଥର ବିଦ୍ୟୁତ୍ ଉତ୍ପାଦନରେ କଲା ରେକଡ୍

mahabharatanews

ଓଡିଶା ଜୀବିକା ମିଶନ ପକ୍ଷରୁ କୋଭିଡି-୧୯ ଋଣ ପ୍ରଦାନ

mahabharatanews

ବେଆଇନ ବାଲି ଚାଲାଣ  ବେଳେ ଚଢ଼ାଉ : ଗୋଟିଏ ହାଇୱା ଜବତ,ଏକ ଲକ୍ଷ ଟଙ୍କା ଜୋରିମାନା

mahabharatanews