ଭାରତ

ମିଳିଲା ଅନୁମତି ,୬ରୁ ୧୨ ବର୍ଷର ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କରୋନା କାୟା ବିସ୍ତାର କରୁଥିବା ବେଳେ ପିଲାମାନଙ୍କ ଟିକାକରଣ ତ୍ବରାନ୍ବିତ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏହି କ୍ରମରେ ଏବେ ୬ରୁ ୧୨ ବର୍ଷର ପିଲାଙ୍କୁ କରୋନା ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ।୬ରୁ ୧୨ ବର୍ଷ ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ ଡିସିଜିଆଇ ଅନୁମତି ଦେଇଛି । କୋଭାକ୍ସିନ ଟିକାର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇଛି । ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ହେଉଛି କୋଭାକ୍ସିନ ଟିକା । ସେହିଭଳି ୫ ରୁ ୧୨ ବର୍ଷ ପିଲାଙ୍କ ପାଇଁ ବାୟୋଲୋଜିକାଲ ଇ’ର କୋର୍ବେଭାକ୍ସର ମଧ୍ୟ ଜରୁରୀକାଳିନ ବ୍ୟବହାରକୁ ଅନୁମୋଦନ କରିଛନ୍ତି ଡ୍ରଗ୍ସ ନିୟନ୍ତ୍ରକ । ଏହାଛଡ଼ା ୧୨ ବର୍ଷରୁ ଊର୍ଦ୍ଧ୍ବ ବୟସର ପିଲାଙ୍କୁ ଜାଏଡସ୍ କାଡିଲା ଟିକା ଦେବାକୁ ମଧ୍ୟ ଅନୁମତି ଦେଇଛନ୍ତି ଡିସିଜିଆଇ ।

ପୁଣିଥରେ କରୋନା ଗ୍ରାଫ୍ ଏବେ ଉପରମୁହାଁ ହୋଇଛି । ଦେଶରେ ଧିରେ ଧିରେ ସଂକ୍ରମଣର ବଢିବାକୁ ଲାଗିଛି । ତେବେ କରୋନା ସଂକ୍ରମଣରେ ଶିଶୁ ଓ କମ୍ ବୟସର ପିଲା ବିଶେଷ ମାତ୍ରାରେ ସଂକ୍ରମିତ ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ କୋଭାକ୍ସିନ ଟିକା ଦେବାକୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଯାହାଫଳରେ କରୋନା ମୁକାବିଲା କରାଯାଇପାରିବ ।

Related posts

ଇଡି ପକ୍ଷରୁ ୩୫ଟି ସ୍ଥାନରେ ଚଢାଉ

mahabharatanews

ଭୂମିକମ୍ପରେ ଥରିଲା ଦିଲ୍ଲୀ

mahabharatanews

ଦେଶରେ ପୁଣି୨୦ ହଜାରେ ଟପିଲା ସଂକ୍ରମଣ ; ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି

mahabharatanews