ଭାରତ

ଭୂମିକମ୍ପରେ ଥରିଲା ଦିଲ୍ଲୀ

(ଦିଲ୍ଲୀ) : ସୋମବାର ରାତିରେ ଚୀନ୍‌ର ଭୂମିକମ୍ପର ପ୍ରଭାବ ଦିଲ୍ଲୀରେ ଅନୁଭୂତ ହୋଇଥିବା କଥା ସୂଚନା ମିଳିଛି । ଜାନୁଆରି ୨୨ ତାରିଖ ରାତି ୨୩:୩୯:୧୧ଟା ବେଳେ ଚୀନ୍‌ର ଦକ୍ଷିଣ ସିନ୍‌ଜାଙ୍‌ରେ ଭୂଗର୍ଭର ୮୦ କିଲୋମିଟର୍‌ ଅଭ୍ୟନ୍ତରରେ ସଂଘଠିତ ହୋଇଥିବା ଭୂମିକମ୍ପର ରିକ୍ଟର୍‌ସ୍କେଲ୍‌ରେ ତୀବ୍ରତା ଥିଲା ୭.୨।ଭୂମିକମ୍ପ ଯୋଗୁଁ କିର୍‌ଗିଜ୍‌ସ୍ତାନ-ସିନ୍‌ଜାଙ୍‌ ସୀମାନ୍ତ ଅଞ୍ଚଳରେ କେତେକ ଘରବାଡ଼ି ଭାଙ୍ଗିଯାଇଛି ଓ କିଛି ଲୋକ ଆହତ ହୋଇଛନ୍ତି ।

ସୂଚନାନୁଯାୟୀ , ଭୂମିକମ୍ପର ଉତ୍ପତ୍ତିସ୍ଥଳ ଚୀନ୍‌ର ଉତ୍ତରପଶ୍ଚିମ ଅଞ୍ଚଳ ଅନ୍ତର୍ଗତ ଉଇସି କାଉଣ୍ଟିରେ ୩.୦ ତୀବ୍ରତାସମ୍ପନ୍ନ ପ୍ରାୟ ୧୪ଟି ଭୂମିକମ୍ପ ପରବର୍ତ୍ତି କମ୍ପନ ରେକର୍ଡ କରାଯାଇଛି। ତା’ ମଧ୍ୟରୁ ସବୁଠୁ ବଡ଼ ପରବର୍ତ୍ତି କମ୍ପନ ଉତ୍ପତ୍ତିସ୍ଥଳଠାରୁ ପ୍ରାୟ ୧୭ କିଲୋମିଟର୍‌ ଦୂରରେ ଅନୁଭୂତ ହୋଇଥିଲା। ରିକ୍ଟର୍‌ ସ୍କେଲ୍‌ରେ ଏହାର ତୀବ୍ରତା ଥିଲା ୫.୩।

Related posts

ବିଜେପିରେ ଯୋଗଦେବା କଥାକୁ ଖଣ୍ଡନ କଲେ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ

mahabharatanews

” ଦେଶରେ ନିର୍ବାଚନ ମୁକ୍ତ ଏବଂ ନିରପେକ୍ଷ ହେବା ଉଚିତ,କହିବା ଆବଶ୍ୟକ ନାହିଁ” : ବ୍ୟାପାର ମନ୍ତ୍ରୀ

mahabharatanews

ମୁର୍ମୁଙ୍କ ନିର୍ବାଚନ ନିଶ୍ଚିନ୍ତ

mahabharatanews