ଭୁବନେଶ୍ୱର: ରାଜଧାନୀ ବାସୀଙ୍କ ପାଇଁ ଖୁସି ଖବର । ଏବେ ସମ୍ପୂର୍ଣ୍ଣ ଫ୍ରିରେ ମିଳିବ ୱାଇଫାଇ । ସେ ବି ଫୁଲ ହାଇସ୍ପିଡ । ଭୁବନେଶ୍ୱରକୁ ସ୍ମାର୍ଟସିଟି ବୋଲି କୁହାଯାଏ । ଆଉ ଏହି ସ୍ମାର୍ଟ ସିଟିକୁ ଆହୁରି ସ୍ମାର୍ଟ କରିବା ପାଇଁ ଏଭଳି ଉଦ୍ୟମ ଆରମ୍ଭ କରିଛି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ । ଏହି ମାଗଣା ୱାଇଫାଇ ପ୍ରକଳ୍ପ ବିଏସସିଏଲ ପକ୍ଷରୁ ୨୦୧୮ରେ ଆରମ୍ଭ ହୋଇଥିଲା । ଆଗରୁ କେବଳ ରେଳ ଷ୍ଟେସନ ରେ ମାଗଣା ୱାଇଫାଇ ସେବା ଆରମ୍ଭ ହୋଇଥିଲା । ଅନ୍ୟ ଜାଗାରେ ଏହା କାର୍ଯ୍ୟକାରୀ ହୋଇ ନ ଥିଲା ।
ପ୍ରାଥମିକ ପ୍ରର୍ଯ୍ୟୟରେ କମ ଜଙ୍କସନ ବକ୍ସକୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ରେ ଏବେ ୧ ହଜାର ଜଙ୍କସନ ବକ୍ସ ଯୋଡି ହୋଇଛି । ଏହା ସହ ଲୋକଙ୍କ ସ୍ଥାୟୀ ସମସ୍ୟା ଦୂର କରିବା ପାଇଁ ୨୪ ଘଣ୍ଟିଆ କର୍ମଚାରୀ ମଧ୍ୟ ନିୟୋଜିତ କରାଯାଇଛି । ରାଜଧାନୀରେ ଏହି ପ୍ରକଳ୍ପ ଖୁବ ଶିଘ୍ର ଲାଗୁ ହେବାକୁ ଯାଉଛି । ରାଜଧାନୀ ବାସୀଙ୍କ ସହ ରାଜଧାନୀକୁ ଆସୁଥିବା ପ୍ରତେକ ବ୍ୟକ୍ତିଙ୍କ ପାଇଁ ମାଗଣା ଇଣ୍ଟରନେଟ ସେବା ଡପଲବ୍ଧ କରାଇଦେବା ପାଇଁ ଏହି ସେବା ଆରମ୍ଭ ହୋଇଛି ।
ଆଉ ଛାତ୍ରଛାତ୍ରୀ ଠୁ ଆରମ୍ଭ କରି ସମସ୍ତ ଗରୀବ ମଧ୍ୟବିତ ଲୋକ ସମସ୍ତେ ଏହାର ଲାଭ ଉଠାଇପାରିବେ । ଆଉ ଏହି ସେବା ପାଇବାକୁ ହେଲେ ଭୁବନେଶ୍ୱର ମି ଆପ ଇନସ୍ଟଲ କରିବାକୁ ହେବ । ଏହାପରେ ମୋବାଇଲ ନମ୍ବର ଲଗ୍ଇନ କଲା ପରେ ଆପଣ ମାଗଣା ସେବା ଉପଭୋଗ କରିପାରିବେ ।
