ଓଡିଶା

ଜଗଦା ସ୍ଥିତ ଆଣ୍ଟି ନିର୍ମଳ ନର୍ସରୀ ସ୍କୁଲର ଗ୍ରୀଷ୍ମକାଳୀନ ଶିବିର

ରାଉରକେଲା : ରାଉରକେଲା  ନିର୍ମଳ’ସ ଏଜୁକେଶନ ଟ୍ରଷ୍ଟର ଜଗଦା ସ୍ଥିତ ଆଣ୍ଟି ନିର୍ମଳ ନର୍ସରୀ ସ୍କୁଲର ଗ୍ରୀଷ୍ମକାଳୀନ ଶିବିର ଗତ ୬ ତାରିଖରୁ ଆରମ୍ଭ ହୋଇଛି। ଏହି ଶିବିର ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ଏହି ଶିବିରରେ ସ୍କୁଲରେ ପଢୁଥିବା ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଶାରିରୀକ,ମାନସିକ ବୌଦ୍ଧିକ ସ୍ତରର ବିକାଶ ପାଇଁ ଶିକ୍ଷାମାନ ଦିଆଯାଉଛି। ସଂପ୍ରତି ଏହି ଶିବିରରେ ଯୋଗ, ନୃତ୍ୟ,ଗୀତ,ବୃକ୍ଷ ରୋପଣ, ଚିତ୍ରାଙ୍କନ, ସନ୍ତରଣ,ଖେଳକୁଦ,ରାମ୍ପ ସୋ, ଶରୀରରେ ଭଲ ସ୍ପର୍ଶ ଓ ମନ୍ଦ ସ୍ପର୍ଶ ସଂପର୍କରେ ଶିକ୍ଷା ଦାନ କରାଯାଉଛି। ଫଳରେ ଶିଶୁଟି ଆଗାମୀ ଦିନରେ ତା’ର ପ୍ରତିଭା କୁ ବିକଶିତ କରିପାରିବ।

ସାଧାରଣତଃ ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଆଦିବାସୀ ଓ ଆର୍ଥିକ ଅନଗ୍ରସର  ଶିଶୁ ମାନଙ୍କୁ ଅଗ୍ରାଧିକାର ଦିଆଯାଉଛି। ଏହି କାର୍ଯ୍ୟକ୍ରମ ରେ ସ୍କୁଲର ଟ୍ରଷ୍ଟି ଗୀତା ଦାସ,ରବି ଦାସ,ସୁରେନ୍ଦ୍ର ଦାସ,ଶାନ୍ତି ଦାସ,ସିଦ୍ଧାର୍ଥ ଦାସ,ଅମ୍ରିତା ସରକାର, ଅଧ୍ୟକ୍ଷା ସସ୍ମିତା ଚୌଧୁରୀ,ଉପାଧ୍ୟକ୍ଷା ମଧୁସ୍ମିତା ସେନ୍ ଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରୁଛନ୍ତି। ଶିବିରର ଶେଷ ଦିନ ଅଭିଭାବକ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସ୍କୁଲ ପ୍ରଶାସନ ପକ୍ଷରୁ କୁହାଯାଇଛି।

Related posts

୨୫ରେ ମତଦାନ କରିବାକୁ ଜିଲ୍ଲାପାଳଙ୍କ ନିବେଦନ

mahabharatanews

୧୬ରେ ପ୍ରବଳ ବର୍ଷା ସମ୍ଭାବନା  

mahabharatanews

ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ

mahabharatanews