ଓଡିଶା

ଡିସେମ୍ବର ମାସରୁ ରାଜ୍ୟକୁ ପ୍ରବେଶ କରିଛି ୟୁକେ ଷ୍ଟ୍ରେନ

ଭୁବନେଶ୍ୱର: ରାଜ୍ୟରେ ୩ ୟୁକେ ଷ୍ଟ୍ରେନ ଚିହ୍ନଟ ହେବା ଜଣାପଡିବା ପରେ ଆରମ୍ଭ ହୋଇଛି ତନାଘନା । ଏହାରି ମଧ୍ୟରେ ଜଣାପଡିଛି କି, ଗତ ଡିସେମ୍ବର ମାସରୁ ରାଜ୍ୟକୁ ପ୍ରବେଶ କରିଛି ଏହି ଷ୍ଟ୍ରେନ । ତେବେ ଏହାକୁ ନେଇ ଆତଙ୍କୀତ ହେବାର ନାହିଁ । କେବଳ ମହାରାଷ୍ଟ୍ର ଓ ପଞ୍ଜାବରୁ ମିଳିଥିବା ଷ୍ଟ୍ରେନ ଅଧିକ ସଂକ୍ରାମକ । ତେଣୁ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଟେଷ୍ଟିଂ, ଟ୍ରାକିଂ ଜରୁରୀ ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି ।
ରାଜ୍ୟରେ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି ସଂକ୍ରମଣ । ୨୪ ଘଣ୍ଟାରେ ୨୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୨୧୪ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୧୨୬ ଓ ଲୋକାଲ୍ କେସ ୮ଟି ରହିଛି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୩ ଜଣ ଚିହ୍ନଟ ହୋଇଛନ୍ତି ।

Related posts

ହିଞ୍ଜିଳିକାଟୁରେ ଓଡ଼ିଆ ଭାଷା ସାହିତ୍ୟ ସମିତି ପକ୍ଷରୁ ଉତ୍କଳ ଦିବସ

mahabharatanews

ପ୍ରକାଶ ପାଇଲା ଓଜେଇ ପରୀକ୍ଷା ଫଳ

mahabharatanews

ଉପାସରେ ରହିଲେ ମହାପ୍ରଭୁ ଶ୍ରୀଲିଙ୍ଗରାଜ

mahabharatanews