ଓଡିଶା

ପଞ୍ଚଭୂତରେ ଲୀନ ହେଲେ ବାଗ୍ମୀ ରଜତ କର

ଭୁବନେଶ୍ୱର : ପଦ୍ମଶ୍ରୀ ପ୍ରଫେସର ରଜତ କରଙ୍କର ଗତକାଲି ୮୯ ବର୍ଷ ବୟସରଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଘରେ ଘରେ ପରିଚିତ ସ୍ୱର୍ଗତ କର । ସେ ଜଣେ ପ୍ରବଚକ, ସାହିତ୍ୟିକ, ଗବେଷକ, ଶିକ୍ଷାବିତ, ବାଗ୍ମୀ ଓ ନାଟ୍ୟକାର ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ୟ୍ୟାଦାର ସହ ଶେଷ ହେଲା ସ୍ବର୍ଗତ କରଙ୍କର ଶେଷକୃତ୍ୟ । ସ୍ବର୍ଗଦ୍ବାରରେ ଶେଷକୃତ୍ୟ କରାଯାଇଛି । ପଦ୍ମଶ୍ରୀ ରଜତ କରଙ୍କ ଜ୍ୟେଷ୍ଠ ପୁତ୍ର ରଞ୍ଜିତ କର ମୁଖାଗ୍ନି ଦେଇଛନ୍ତି ।

୧୯୩୪ ମସିହା ଅକ୍ଟୋବର ୨ରେ କଟକ ଜିଲ୍ଲାରେ ଜନ୍ମଲାଭ କରିଥିବା ରଜତଙ୍କୁ ୨୦୨୧ରେ ସମ୍ମାନଜନକ ପଦ୍ମଶ୍ରୀ ଉପାଧି ମିଳିଥିଲା । ଜଗନ୍ନାଥ ସଂସ୍କୃତି ଓ ରୀତିନୀତିକୁ ନେଇ ସେ ଅନେକ ସାହିତ୍ୟ ରଚନା କରିଥିଲେ । ପୂର୍ବତନ ବାଚସ୍ପତି ଶରତ କରଙ୍କ ଭାଇ ହେଉଛନ୍ତି ରଜତ । ଅନେକ ବିଶିଷ୍ଟ ବ୍ୟକ୍ତି, ସାହିତ୍ୟ ଓ ସଂସ୍କୃତିପ୍ରେମୀ ଶେଷ ଦର୍ଶନ କରିବା ସହ ଦିବଂଗତ ଆତ୍ମାର ସଦଗତି କାମନା କରିଛନ୍ତି ।

Related posts

ଇଞ୍ଜେକ୍ସନ ଦେଇ ନିଲମ୍ବିତ ହେଲେ ସଫେଇ କର୍ମଚାରୀ

mahabharatanews

୫ଟି  ଟିଚିଂ ହସ୍‌ପିଟାଲ ଉଦଘାଟିତ

mahabharatanews

କର୍ତ୍ତବ୍ୟ ନିଭାଇଲେ ମହିଳା ପୋଲିସ ଅଫିସର; ସ୍ୱାମୀ ହାତରେ ପିନ୍ଧାଇଲେ ହାତକଡି

mahabharatanews