ଓଡିଶା

 ଏମଆରଆଇ ୟୁନିଟ କାର୍ଯ୍ୟକ୍ଷମ ପରେ ୧୨୦ ରୋଗୀ ଉପକୃତ 

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ଏମ୍ଆ୍ଥରଆଇ ୟୁନିଟ୍‌କୁ ୧୫ ଦିନ ହୋଇଥିବା ବେଳେ ୧୨୦ ରୋଗୀ ଉପକୃତ ହୋଇଛନ୍ତି । ଫଳରେ ହସ୍ପିଟାଲରେ ଏବେ ଏମଆରଆଇ ୟୁନିଟ ୨୪ ଘଣ୍ଟା କାର୍ଯ୍ୟ କରୁଛି । ସବୁଠାରୁ ବଡ କଥା, ଏହି ସେବା ସମ୍ପୂର୍ଣ୍ଣ ମାଗଣା କରାଯାଇଛି । କ୍ୟାପିଟାଲ ହସ୍ପିଟାଲର ୧୦୦ ରୋଗୀ ଓ ଅନ୍ୟ ହସ୍ପିଟାଲର ୨୦ ରୋଗୀ ସେବା ପାଇ ଉପକୃତ ହୋଇଥିବା ନେଇ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ପିପିପି ମୋଡ୍‌ରେ ମଣିପାଲର ହେଲ୍‌ଥ୍ମ୍ୟାରପ ଡାଇଗ୍ନୋଷ୍ଟିକ୍‍ ସଂସ୍ଥା ସହିତ ଚୁକ୍ତି ହୋଇଛି। ରୋଗୀ ପିଛା ସରକାର ୧୮୮୫ ଟଙ୍କା ସମ୍ପୃକ୍ତ ସଂସ୍ଥାକୁ ଦେଉଛନ୍ତି।ହସ୍ପିଟାଲ ଗୃହ ଯୋଗାଇଦେଇଥିବାବେଳେ ଏଠାରେ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ୧୫ଜଣ କର୍ମଚାରୀ କାର୍ୟ୍ୟ କରୁଛନ୍ତି। ଦୁଇ ରେଡିଓଲୋଜିଷ୍ଟ ଥିବାବେଳେ ଟେକ୍ନିସିଆନ, ସୁରକ୍ଷା କର୍ମୀ, ଷ୍ଟାଫ ନର୍ସ ରହିଛନ୍ତି। ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେଲେ ଆବଶ୍ୟକୀୟ ବ୍ୟବସ୍ଥା କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।

SR

Related posts

ମଙ୍ଗଳବାର ଯାଏଁ ଗୃହ ମୁଲତବୀ 

mahabharatanews

୨୬ରେ ଯୁକ୍ତ ଦୁଇ ପରୀକ୍ଷା ଫଳ

mahabharatanews

ପୁଣି ବୃଦ୍ଧି ପାଉଛି କରୋନା ସଂକ୍ରମଣ : ୨୪ ଘଣ୍ଟା ମଧ୍ୟରେ ୫,୪୪୩ କରୋନା ପଜିଟିଭ ଚିହ୍ନଟ

mahabharatanews