ଭାରତମନୋରଞ୍ଜନ

ହରର ଫିଲ୍ମରେ ନଜର ଆସିବେ ପ୍ରଭାସ

ମୁମ୍ବାଇ : ସୁପରଷ୍ଟାର ପ୍ରଭାସ ସାଉଥ୍ ସିନେମାର ବ୍ୟସ୍ତବହୁଳ ଅଭିନେତାମାନଙ୍କ ମଧ୍ୟରୁ ଜଣେ। ‘ବାହୁବଳୀ’ ଏବଂ ‘ବାହୁବଳୀ ୨’ ପରେ ତାଙ୍କ ପାଖରେ ପ୍ରୋଜେକ୍ଟର ଲମ୍ବା ଲାଇନ୍ ଲାଗୁଛି। ‘ଆଦିପୁରୁଷ’ ‘ସଲାର’ ଏବଂ ‘ପ୍ରୋଜେକ୍ଟ କେ’ ପରେ ପ୍ରଭାସ ଅନ୍ୟ ଏକ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେ ଖୁବ୍ ଶୀଘ୍ର ଏକ ହରର୍ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଯାହାର ନାମ ‘ରାଜା ଡିଲକ୍ସ’ ରଖାଯାଇଛି। ସୂଚନା ଅନୁଯାୟୀ, ଏହି ଫିଲ୍ମରେ ମାଲଭିକା ମୋହନନ୍ ମୂଖ୍ୟ ଭୂମିକାରେ ନଜର ଆସିବେ। ସେ ଖୁବ୍ ଶୀଘ୍ର ପ୍ରଭାସଙ୍କ ସହିତ ସ୍କ୍ରିନ୍ ସେୟାର୍ କରିବେ। ଏହି ବଡ ପ୍ରୋଜେକ୍ଟରେ କାମ କରିବାକୁ ମାଲଭିକା ବହୁତ ଉତ୍ସାହିତ ଅଛନ୍ତି। ଫିଲ୍ମର ସୁଟିଂ ପୂର୍ବରୁ ଜୁନ୍ ମାସରେ ଆରମ୍ଭ ହେବାର ଥିଲା କିନ୍ତୁ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା। ପ୍ରଭାସ ଅନ୍ୟ ଫିଲ୍ମରେ ବ୍ୟସ୍ତ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ଏହି ଫିଲ୍ମ ବ୍ୟତୀତ ପ୍ରଭାସ ଦୁଇ-ତିନୋଟି ବଡ ବଜେଟ୍ ଫିଲ୍ମରେ କାମ କରୁଛନ୍ତି, ଯେଉଁଥିପାଇଁ ସେ ବହୁତ ବ୍ୟସ୍ତ ଅଛନ୍ତି। ସେ ଅଗଷ୍ଟ ମାସରୁ ‘ରାଜା ଡିଲକ୍ସ’ର ସୁଟିଂ ଆରମ୍ଭ କରିବେ ବୋଲି କୁହାଯାଉଛି ।

Related posts

ଧାରା ୩୭୦ ଉଚ୍ଛେଦ ପରେ ଶାହାଙ୍କ ପ୍ରଥମ କାଶ୍ମୀର ଗସ୍ତ

mahabharatanews

ନାମାଙ୍କନ ଦାଖଲ କଲେ ମାରଗ୍ରାଣ୍ଟ ଆଲଭା

mahabharatanews

ମର୍ମନ୍ତୁଦ ଦୁର୍ଘଟଣା; କାର୍‌କୁ ପିଟିଲା ବସ୍‌, ୭ ମୃତ

mahabharatanews