ଦୁର୍ଘଟଣାଭାରତ

ମର୍ମନ୍ତୁଦ ଦୁର୍ଘଟଣା; କାର୍‌କୁ ପିଟିଲା ବସ୍‌, ୭ ମୃତ

ଲକ୍ଷ୍ନୌ: ଶନିବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶ ଇଟାୱାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାରକୁ ଧକ୍କା ଦେଲା ଡବଲ ଡେକର ବସ୍। ଏଥିରେ ୭ ଜଣଙ୍କ ମୃତ୍ଯୁ ଘଟିଛି। ୨୫ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଆଗ୍ରା ଲକ୍ଷ୍ନୌ ଏକ୍ସପ୍ରେସ୍‌-ୱେରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

ରାଏବରେଲିରୁ ଦିଲ୍ଲୀ ଯାଉଥିବା ଏକ ଡବଲ ଡେକର ବସ୍ ରାତି ପ୍ରାୟ ସାଢ଼େ ୧୨ଟାରେ ଏକ କାର୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବିପରିତ ଦିଗରୁ ଆସୁଥିବା କାର୍‌କୁ ପିଟିଲା ହାଇସ୍ପିଡ୍‌ ବସ୍‌। ଏହାପରେ ବସ୍‌ଟି ୫୦ ଫୁଟ ତଳକୁ ଖସିପଡିଲା। ଏହି ଦୁର୍ଘଟଣାରେ କାର୍‌ରେ ଥିବା ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ବସର ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ବସ୍‌ରେ ମୋଟ ୬୦ ଜଣ ଯାତ୍ରୀ ଥିଲେ।

ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି। ଦୁର୍ଘଟଣା ବେଳେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ଶୋଇଥିଲେ। ଏହି ସମୟରେ ହଠାତ୍‌ ବିପରିତ ଦିଗରେ ଏକ କାର୍‌ ମାଡି ଆସିଥିଲା। ଫଳରେ ବସ୍‌ଟି ନିୟନ୍ତ୍ରଣ ହରାଇ କାର୍‌କୁ ଧକ୍କା ଦେବା ସହ ଖାଇକୁ ଖସିପଡିଥିଲା। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଘଟଣାସ୍ଥଳରେ ଇଟାଓା ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related posts

ଭାରତର କଡା ଆଭିମୁଖ୍ୟ : ପାକିସ୍ତାନକୁ ଉଚ୍ଚଶିକ୍ଷା ପାଇଁ ନ ଯିବାକୁ ଦିଆଗଲା ପରାମର୍ଶ

mahabharatanews

ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ; ୫, ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଖରାପ ପଦର୍ଶନ ପାଇଁ ହୋଇପାରେ ନେତୃତ୍ୱ ବଦଳି ।

mahabharatanews