ଓଡିଶା

କେବେ ମିଳିବ ଦୃଷ୍ଟିହୀନ ଭାଗ୍ୟଧରଙ୍କୁ ପକ୍କାଘର

(ଗୋପ): ଗରିବ ଅସହାୟ ମାନଙ୍କ ପାଇଁ ସରକାରଙ୍କର କେତେ କଣ ଯୋଜନା । ପ୍ରଧାନମନ୍ତ୍ରୀ ଅ।ବାସ ଯୋଜନା ,ବିଜୁ ପକ୍କା ଘର, ମୋ କୁଡିଅ। ଅ।ଦି ଯୋଜନାରେ ସରକାର ଗରିବ ଗୁରୁବା ମାନଙ୍କୁ ଯୋଗାଇ ଦେଉଛନ୍ତି ପକ୍କା ଘର। କିନ୍ତୁ ପୁରୀ ଜିଲ୍ଲା ଗୋପ ବ୍ଲକ ବଣିଅ। ସାହି ୨ ନମ୍ଵର ଓ୍ଵାର୍ଡର ଭାଗ୍ୟଧର ଦାସଙ୍କ ପାଇଁ ପକ୍କା ଘର ଟିଏ ସତେ ଯେମିତି ପାଲଟିଛି ସାତ ସ୍ବପ୍ନ । ପକ୍କା ଘରଟିଏ ପାଇଁ ଭାଗ୍ୟଧର ସବୁବେଳେ ସଂଗ୍ରାମ ଜାରି ରଖିଥିଲେ ମଧ୍ୟ, ଏହି ହତଭାଗା ପରିବାର ଉପରେ ପ୍ରଶାସନର ଦୁଷ୍ଟି ପଡୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେପଟେ ଘର ଯୋଗାଇ ଦେବାର ପ୍ରତିଶୃତି ଦେଇଛନ୍ତି ସ୍ଥାନୀୟ ବିଡିଓ ।

ପୁରୀ ଜିଲ୍ଲା ଗୋପ ବଣିଅ। ସାହି ପଚଂ।ୟତ ୨ ନମ୍ଵର ଓ୍ଵାର୍ଡରେ ରୁହନ୍ତି ଭାଗ୍ୟଧର ଦାସ, ସରକାରୀ ଯୋଜନାରେ ଘର ଟିଏ ପାଇବା ପାଇଁ ଦୀର୍ଘ ବର୍ଷ ହେବ ସେ ଚଳାଇଛନ୍ତି ସଂଗ୍ରାମ । ଦୀନ ମଜୁରିଅ। କାର୍ୟ୍ୟକରି ପତ୍ନୀ ,ଦୁଇ ପୁଅ, ବୁଢି ମା ସମେତ ମୁକ, ବଧିର ଝିଅକୁ ନେଇ ଠିକ୍ ଠାକ୍ ଚାଲିଥିଲା ଭାଗ୍ୟଧରଙ୍କ ତେଲ ଲୁଣର ସଂସାର । କିନ୍ତୁ ସତେ ଯେମିତି ଦଇବ ସହି ପାରିଲା ନାହିଁ ଭାଗ୍ୟଧରଙ୍କ ଖୁସି, କ୍ୟାନସର ରୋଗ ରେ ପିଡୀତ ହେବା ପରେ ସେ ପ୍ରାୟ ୧୫ବର୍ଷ ହେବ ଦୁଇଟି ଯାକ ଅ।ଖିର ଦୁଷ୍ଟି ଶକ୍ତି ହରାଇ ସଂପୂର୍ଣ୍ଣ ଭାବେ ଅନ୍ଧ ହୋଇଯାଇଛନ୍ତି । ସେପଟେ ଘରର ଦୁଇଟି ଛୋଟ ପିଲା, ବୁଢି ମା, ମୁକ ବଧିର ଝିଅ ଓ ସ୍ଵାମୀଙ୍କ ଜିବନ ବଂଚାଇବା ପାଇଁ ଦୀର୍ଘ ବର୍ଷ ଧରି ସଂଘର୍ଷ ଜାରି ରଖିଛନ୍ତି ପତ୍ନୀ ମନୋରମା।

ଗଁ। ରେ କାମ କରିବା ସହିତ ମାଗି ଯାଚି ପରିବାର ଚଳାଉଥିବା ବେଳେ ଏବେ ଗୋଟିଏ ଗାଇ କିଣି କ୍ଷୀରବିକି ପରିବାର ଚଳାଉଛନ୍ତି ମନୋରମା। ସବୁଠାରୁ ବଡ କଥା ହେଉଛି ସରକାରୀ ଚାଉଳ ଏମାନଙ୍କ ଭୋକ ମେଣ୍ଟାଉଛି । ବାତ୍ୟା ଫନିରେ ଭାଗ୍ୟଧରଙ୍କ ଘର ସଂପୂର୍ଣ୍ଣ ନଷ୍ଟ ହୋଇଯିବା ଯୋଗୁଁ ବଢିଲା ଝିଅ ବୁଢି ମା ପଡୋଶୀଙ୍କ ଘରେ ଅ।ଶ୍ରୟ ନେଉଥିବା ବେଳେ, ପତ୍ନୀଙ୍କ ସହିତ ଭାଗ୍ୟଧର ଭଙ୍ଗା ଦଦରା ଘରେ ପଡି ରହିଛନ୍ତି । ଘର ଟିଏ ପାଇଁ ଲୋକ ପ୍ରତିନିଧୀଙ୍କ ଠାରୁ ଅ।ରମ୍ଭ କରି ସରକାରୀ ବାବୁଙ୍କ ପାଖରେ ବହୁଥର ଗୁହାରୀ କରିଥିଲେ ମଧ୍ୟ ତାଙ୍କ ପାଇଁ ସବୁ ଫଳ ଶୂନ ।ଅନ୍ୟପକ୍ଷେ ସରକାର ତାଙ୍କୁ ପକ୍କା ଘର ଯୋଗାଇ ଦିଅନ୍ତୁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଭାଗ୍ୟଧର ଘର ପାଇବା ପାଇଁ ଯୋଗ୍ୟ ବୋଲି ଗ୍ରାମବାସୀ କହିଛନ୍ତି।

Related posts

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

mahabharatanews

ଅକ୍ଟୋବରରେ ଖଣି ନିଲାମ,ଡିସେମ୍ବରରେ ବାତିଲ

mahabharatanews

ସିଆରପିଏଫ ଛକ ନିକଟ ପ୍ରିୟଦର୍ଶିନୀ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ତ

mahabharatanews