ଭାରତ

ଦାନିଶ ସିଦ୍ଦିକଙ୍କୁ ଦ୍ୱିତୀୟ ଥର ପାଇଁ ସମ୍ମାନଜନକ ପୁଲଟିଜର ପୁରସ୍କାର ପ୍ରଦାନ

ନୂଆଦିଲ୍ଲୀ: ଭାରତୀୟ ସାମ୍ବାଦିକଙ୍କୁ ଆଜି ଦ୍ୱିତୀୟ ଥର ପାଇଁ ସମ୍ମାନଜନକ ପୁଲଟିଜର ପୁରସ୍କାର ପ୍ରଦାନ କରାଯାଇଛି । ଆଫଗାନିସ୍ତାନକୁ ତାଲିବାନ ଗୋଷ୍ଠୀ କବଜା କଲାବେଳେ ରିପୋର୍ଟିଂ କରି ପ୍ରାଣ ହରାଇଥିଲେ ୩୯ ବର୍ଷୀୟ ଦାନିଶ । ଦାନିଶ ରଏଟର୍ସରେ ଭାରତ ପ୍ରତିନିଧି ଥିଲେ । ତାଙ୍କ ବ୍ୟତୀତ ଅଦନାନ ଅବିଦି, ସାନ୍ନା ଇଶ୍ରଦ ମାତୋ ଓ ଅମିତ ଦେବଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଛି । ୨୦୧୮ରେ ମଧ୍ୟ ଦାନିଶ ପୁରସ୍କୃତ ହୋଇଥିଲେ । କୋଭିଡ ସମୟରେ ଚମତ୍କାର ଫିଚର ଫଟୋଗ୍ରାଫି ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ୨୦୨୧ରେ ଆଫଗାନିସ୍ତାନର ବୋଲଡକ ଜିଲ୍ଲାରେ ସେନା ସହ ଯାଇ ରିପୋର୍ଟିଂ କରୁଥିବା ବେଳେ ତାଲିବାନଙ୍କ ଗୁଳିରେ ତାଙ୍କ ମୃତ୍ୟୁ ଘଟିଥିଲା । ଏଥିନେଇ ସାରା ବିଶ୍ୱରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତାଙ୍କର ଏପରି ଦୁଃସାହସିକ ସାମ୍ବାଦିକତା ପାଇଁ ପୁରା ଭାରତ ଆଜି ଗର୍ବିତ ।

Related posts

ଆସାମ ବାତ୍ୟା : ଏବେ ବି ପାଣି ଘେରରେ  ୪ ଲକ୍ଷରୁ ଅଧିକ ଲୋକେ 

mahabharatanews

ମହିଳା ଯବାନଙ୍କୁ ମାତୃତ୍ୱ, ଶିଶୁ ଯତ୍ନ ପାଇଁ ମିଳିବ ଛୁଟି 

mahabharatanews

‘ଫିଲ୍ମ ‘ଦି କେରଳ ଷ୍ଟୋରି’ଏକ ଚମକପ୍ରଦ’: ଜେ. ପି. ନଡ୍ଡା

mahabharatanews