ଭାରତ

ଦାନିଶ ସିଦ୍ଦିକଙ୍କୁ ଦ୍ୱିତୀୟ ଥର ପାଇଁ ସମ୍ମାନଜନକ ପୁଲଟିଜର ପୁରସ୍କାର ପ୍ରଦାନ

ନୂଆଦିଲ୍ଲୀ: ଭାରତୀୟ ସାମ୍ବାଦିକଙ୍କୁ ଆଜି ଦ୍ୱିତୀୟ ଥର ପାଇଁ ସମ୍ମାନଜନକ ପୁଲଟିଜର ପୁରସ୍କାର ପ୍ରଦାନ କରାଯାଇଛି । ଆଫଗାନିସ୍ତାନକୁ ତାଲିବାନ ଗୋଷ୍ଠୀ କବଜା କଲାବେଳେ ରିପୋର୍ଟିଂ କରି ପ୍ରାଣ ହରାଇଥିଲେ ୩୯ ବର୍ଷୀୟ ଦାନିଶ । ଦାନିଶ ରଏଟର୍ସରେ ଭାରତ ପ୍ରତିନିଧି ଥିଲେ । ତାଙ୍କ ବ୍ୟତୀତ ଅଦନାନ ଅବିଦି, ସାନ୍ନା ଇଶ୍ରଦ ମାତୋ ଓ ଅମିତ ଦେବଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଛି । ୨୦୧୮ରେ ମଧ୍ୟ ଦାନିଶ ପୁରସ୍କୃତ ହୋଇଥିଲେ । କୋଭିଡ ସମୟରେ ଚମତ୍କାର ଫିଚର ଫଟୋଗ୍ରାଫି ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ୨୦୨୧ରେ ଆଫଗାନିସ୍ତାନର ବୋଲଡକ ଜିଲ୍ଲାରେ ସେନା ସହ ଯାଇ ରିପୋର୍ଟିଂ କରୁଥିବା ବେଳେ ତାଲିବାନଙ୍କ ଗୁଳିରେ ତାଙ୍କ ମୃତ୍ୟୁ ଘଟିଥିଲା । ଏଥିନେଇ ସାରା ବିଶ୍ୱରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତାଙ୍କର ଏପରି ଦୁଃସାହସିକ ସାମ୍ବାଦିକତା ପାଇଁ ପୁରା ଭାରତ ଆଜି ଗର୍ବିତ ।

Related posts

ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

mahabharatanews

ଦେଶରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ; ୨୦ ହଜାର ଅତିକ୍ରମ କଲା ସଂକ୍ରମଣ

mahabharatanews

CDSଙ୍କ ହେଲିକପ୍ଟର କ୍ରାସ; ଗୁରୁତର ବିପିନ ରାୱତ

mahabharatanews