ଭାରତ

ଶିକାରୀ ଓ ପୋଲିସ ମଧ୍ୟରେ ଗୁଳିକାଣ୍ଡ : ଟଳିଲେ ୩ ପୋଲିସ କର୍ମଚାରୀ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଗୁନାରେ ଘଟିଛି ଅଘଟଣ । କୃଷ୍ଣସାର ମୃଗ ଶିକାରୀ ଓ ପୋଲିସ ମଧ୍ୟରେ ଗୁଳିକାଣ୍ଡ । ଶିକାରୀଙ୍କ ଗୁଳିରେ ଟଳିଲେ ୩ ପୋଲିସ କର୍ମଚାରୀ । ଶିକାରୀ ଓ ପୋଲିସ ଭିତରେ ହୋଇଥିଲା ଏନକାଉଣ୍ଟର ଯେଉଁଥିରେ ତିନି ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଏସଆଇ ରାଜକୁମାର ଜାଟବ, ପୋଲିସ ଆରକ୍ଷୀ ନୀରଜ ଭାର୍ଗବ ଓ ଆରକ୍ଷୀ ସନ୍ତରାମ ।

ଶୁକ୍ରବାର ବିଳମ୍ବିତ ରାତିରେ ଗୁନାର ଏକ ଜଙ୍ଗଲରେ କଳାମୃଗ ଶିକାର କରି କିଛି ଶିକାରୀ ଯାଉଥିଲେ । ଏହାର ଖବର ପୋଲିସ ବିଭାଗକୁ ମିଳିବା ପରେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଥିଲା ପୋଲିସ । ଆଉ ଏନକାଉଣ୍ଟର ଆରମ୍ଭ କରିଥିଲେ । ପରେ ଶିକାରୀ ପାଲଟା ଗୁଳିମାଡ କରିଥିଲେ ଯାହାଫଳରେ ପ୍ରାଣ ହରାଇଛନ୍ତି ତିନି ଜଣ ପୋଲିସ ଅଧିକାରୀ । ଶିକାରୀମାନେ ଅତି ନିକଟରୁ ପୋଲିସଙ୍କ ଉପରକୁ ଗୁଳିମାଡ କରିଥିବା ସ୍ପଷ୍ଟ ହେଉଛି । ଯେଉଁଥିରେ ଘଟଣାସ୍ଥଳରୁ କିଛି ଫୁଟା ଗୁଳି ସହ କଳା ମୃଗଙ୍କ ୪ଟି କଟା ମୁଣ୍ଡ ସହ ଗୋଟିଏ ମୟୂରର ମୃତ ଦେହ ଜବତ ହୋଇଛି ।

Related posts

ଆସନ୍ତାକାଲି ଦ୍ୱିତୀୟ ସଂସ୍କରଣକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ 

mahabharatanews

ଏକନାଥଙ୍କୁ ଡେପୁଟି ଓ ୧୩ ମନ୍ତ୍ରୀ ପଦର ଲୋଭ

mahabharatanews

“ତାଙ୍କ ସରକାର ଯେକୌଣସି ସମୟରେ ମଧ୍ୟ ଭାଙ୍ଗି ଯାଇପାରେ “: କଙ୍ଗନା

mahabharatanews