ଭାରତ

ଜ୍ଞାନବାପୀ ମାମଲାରେ ସୁପ୍ରିମକୋର୍ଟଙ୍କ ଆଦେଶ

ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦ ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରିବା ପରେ ୩ଟିି ଆଦେଶ ଜାରି କରିଛନ୍ତି । ଶୁ୍କ୍ରବାର ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ପିଏସ ନରସିଂମାଙ୍କ ଦ୍ୱାରା ଗଠିତ ଏକ ବେଞ୍ଚ୫୧ ମିନିଟ ଶୁଣାଣି କରିବା ପରେ ସ୍ୱଷ୍ଟ କରିଛନ୍ତି ଯେ, ଏହି ମାମଲା ଏବେ ସୁପ୍ରିମକୋର୍ଟରେ ରହିଛି । କିନ୍ତୁ ଏଥିପୂର୍ବରୁ ବାରାଣାସୀ ଜିଲ୍ଲା ଜଜ୍ କୋର୍ଟ ଆସନ୍ତା ୮ସପ୍ତାହ ମଧ୍ୟରେ ଶୁଣାଣି ଶେଷ କରିବାକୁ ଅନ୍ତରୀଣ ଆଦେଶ ଦେଇଛନ୍ତି ।

ଏଥିସହିତ ଗତ ୧୭ତାରିଖରେ ସୁପ୍ରିମକୋର୍ଟ ୩ଟି ବଡ଼ କଥା କହିଛନ୍ତି । ପ୍ରଥମରେ ଶିବଲିଙ୍ଗ ମିଳିଥିବା ସ୍ଥାନକୁ ସୁରକ୍ଷିତ ରଖାଯାଉ, ଦ୍ୱିତୀୟରେ ମୁସଲମାନ ମାନଙ୍କୁ ନମାଜ ପଢ଼ିବାକୁ ଦିଆଯାଉ, ତୃତୀୟରେ ୨୦ଜଣ ମୁସଲମାନ ନମାଜ ପଢ଼ିବା ଆଦେଶ ବର୍ତ୍ତମାନ ଲାଗ କରାନଯାଉ । ତେଣୁ ଏହି ୩ଟି ନିର୍ଦ୍ଦେଶ ଆସନ୍ତା ୮ସପ୍ତାହ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୋର୍ଟ କହିଛନ୍ତି । ଏହି ନିର୍ଦ୍ଦେଶକୁ କୌଣସି ପ୍ରକାର ପରିବର୍ତ୍ତନ ନକରିବାକୁ କୋର୍ଟ କଡା ଚେତାବନୀ ଦେଇଛନ୍ତି । ସୁପ୍ରିମକୋର୍ଟ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେବାପରେ ବାରାଣାସୀ ଜିଲ୍ଲା ଜଜ୍ କୋର୍ଟକୁ ଏହି ମାମଲା ହସ୍ତାନ୍ତର କରିଥିବା ଜଣାପଡିଛି ।

Related posts

ଅଚାନକ ଜଳିଗଲା କ୍ୟାମ୍ପ, ୯ ମୃତ  

mahabharatanews

 ରାଜୀବ ଗାନ୍ଧିଙ୍କ ହତ୍ୟାକାରୀଙ୍କ ଦେହାନ୍ତ

mahabharatanews

ବଢ଼ିଲା ଏଲପିଜି ସିଲିଣ୍ଡରର ମୂଲ୍ୟ

mahabharatanews