ଓଡିଶା

ସାଧାରଣ ଲୋକଙ୍କୁ ଆଶ୍ୱସ୍ତି, କମିଲା ପେଟ୍ରୋଲ ଡିଜେଲ ଦର

ଭୁବନେଶ୍ୱର : ଏବେ କିଛି ଦିନ ହେବ ପେଟ୍ରୋଲ ଓ ଡିଜେଲ ଦାମ୍ ଦିନକୁ ଦିନ ହୁ ହୁ ହେଇ ବଢିବାରେ ଲାଗୁଥିଲା । ସାଧାରଣ ଗ୍ରାହକଙ୍କ ପକେଟ ଉପରେ ପ୍ରଭାବ ପକାଉଥିଲା।ଧୀରେ ଧୀରେ ଲୋକେ ଇଲେକ୍ଟ୍ରିକ ବାଇକ୍ ପ୍ରତି ମନ ବଳାଉବାରେ ଲାଗିଥିଲେ । କିନ୍ତୁ ଏବେ ଖୁସି ଖବର ଆସିଛି ଯେ ପେଟ୍ରୋଲ ଡିଜେଲ ଦର ହ୍ରାସ । ପେଟ୍ରୋଲ ଓ ଡିଜେଲ ଦର ଉପରୁ ଏକ୍‌ସାଇଡ୍‌ ଡ୍ୟୁଟି କମାଇଛନ୍ତି କେନ୍ଦ୍ର ସରକାର। ପେଟ୍ରୋଲ ଦର ୯ ଟଙ୍କା ୫୦ ପଇସା ଓ ଡିଜେଲ ଦର ୭ ଟଙ୍କା କମିଛି।

ତୈଳ ଦର କମିଥିବା ନେଇ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ଟ୍ଵିଟ୍‌ ଯୋଗେ ଦେଶ ବାସୀଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ଏହି ତେଲ ଦର କମିବା ପରେ ଦେଶବାସୀ ଟିକେ ଆଶ୍ୱସ୍ତି ହୋଇଛନ୍ତି। ଭୁବନେଶ୍ୱରରେ ପେଟ୍ରୋଲ ଦର ଆଜି ୧୦୩ ଟଙ୍କା ୧୯ ପଇସା ହୋଇଥିବାବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ ପଇସା ରହିଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି।

ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୭ ଟଙ୍କା ୭୨ ପଇସା ଓ ଡିଜେଲ ଦର ୮୯ ଟଙ୍କା ୬୨ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୧ ଟଙ୍କା ୩୫ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୭ ଟଙ୍କା ୨୮ ପଇସା ହୋଇଛି। ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୬ ଟଙ୍କା ୦୩ ପଇସା ଥିବା ବେଳେ ଡିଜେଲ ଦର ୯୨ ଟଙ୍କା ୭୬ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର ୧୦୨ ଟଙ୍କା ୬୩ ପଇସା ଥିବା ବେଳେ ଡିଜେଲ ଦାମ ୯୨ ଟଙ୍କା ୨୪ ପଇସା ରହିଛି।

ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ, ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ। ପ୍ରତିଦିନ ଛଅଟା ବେଳେ ବଦଳିଯାଏ ପେଟ୍ରୋଲ ଓ ଡିଜେଲ୍ ଦର। ସୂଚନା ମୁତାବକ, ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ।ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ। ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଓ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।

Related posts

ଛାତ୍ରୀଙ୍କୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍

mahabharatanews

ରାଜଧାନୀ ବାସୀ ପାଇବେ ବିଶ୍ବସ୍ତରୀୟ ଗୁଣାତ୍ମକ ବିଦ୍ୟୁତ ସେବା

mahabharatanews

୬ରୁ BSKY ନବୀନ କାର୍ଡ ପାଇଁ ପଞ୍ଜୀକରଣ ଆରମ୍ଭ 

mahabharatanews