ଭାରତ

ଇଣ୍ଡିଗୋକୁ ୫ ଲକ୍ଷର ଜୋରିମାନା

ରାଞ୍ଚି : ଦିବ୍ୟାଙ୍ଗଙ୍କୁ ବିମାନରେ ଯାତ୍ରା କରିବାକୁ ମନା କରିବା ଘଟଣାରେ ସଂପୃକ୍ତ ଇଣ୍ଡିଗୋ କମ୍ପାନୀକୁ ଡିଜିସିଏ ପକ୍ଷରୁ ୫ଲକ୍ଷ ଟଙ୍କାର ଜୋରିମାନା ସହିତ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ହସ୍ତକ୍ଷେପ ବଳରେ ମାତ୍ର ୨୧ଦିନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୂଚନାନୁସାରେ, ଗତ ମେ’ ମାସ ୭ତାରିଖରେ ଜଣେ ଦିବ୍ୟାଙ୍ଗ ବାଳକ ତାଙ୍କର ପିତାମାତାଙ୍କ ସହିତ ରାଞ୍ଚିରୁ ହାଇଦ୍ରାବାଦ ଯାତ୍ରା କରିବା ପାଇଁ ବିମାନକୁ ଯାଉଥିଲେ ।

ମାତ୍ର ବୋର୍ଡିଂ କରିବା ପୂର୍ବରୁ ତାଙ୍କୁ ଯାତ୍ରା କରିବାକୁ ମନା କରାଯାଇଥିଲା । ପିତାମାତା ଯେତେ ନେହୁରା ହେଲେ ବି ବିମାନ କର୍ତ୍ତୃପକ୍ଷ କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ । ଫଳରେ ସେହି ଦିବ୍ୟାଙ୍ଗ ବାଳକ ସମେତ ପିତାମାତା ଯାତ୍ରା କରିପାରିନଥିଲେ । ଏନେଇ ଏକ ଭିଡିଓ ଭାଇରାଲ ହେବା ପରେ ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁତର ସହ ଘଟଣାକୁ ନେଇ ଏହାର ତଦନ୍ତ କରାଇଥିଲେ । ତେବେ ସେ ଯାହେଉ, ମାତ୍ର ୨୧ ଦିନ ପରେ ସଂପୃକ୍ତ ଇଣ୍ଡିଗୋ ବିମାନ କର୍ତ୍ତୃପକ୍ଷଙ୍କ ଉପରେ ୫ଲକ୍ଷ ଟଙ୍କାର ଜୋରିମାନା ସହିତ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

Related posts

ହାତରେ ରାକ୍ଷୀ ବାନ୍ଧିଲେ ପ୍ରଧାନମନ୍ତ୍ରୀ 

mahabharatanews

ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା

mahabharatanews

ବ୍ରିଜଭୂଷଣଙ୍କୁ ଆଶ୍ଵସ୍ତି; ମିଳିଲାନି କୌଣସି ପ୍ରମାଣ

mahabharatanews