ଭାରତ

ଅନାଥ ଶିଶୁଙ୍କୁ ଲୋନ ସୁଝିବା ପାଇଁ ବାରମ୍ବାର ଏଲଆଇସିର ନୋଟିସ୍

ଭୋପାଳ: କରୋନା ମହାମାରୀରେ ବାପା, ମାଆଙ୍କୁ ହରାଇବା ପରେ ଭୋପାଳର ୧୭ ବର୍ଷୀୟା ଝିଅକୁ ୨୯ ଲକ୍ଷର ଲୋନ୍ ସୁଝିବା ପାଇଁ ଏଲଆଇସି ପକ୍ଷରୁ ବାରମ୍ବାର ନୋଟିସ୍ କରାଯାଉଛି । କୋଭିଡ ମହାମାରୀ ଯୋଗୁ ଅନେକ ପିଲା ପରିବାର ଓ ପିତାମାତା ହରାଇଛନ୍ତି। ତେଣୁ ସେମାନଙ୍କ ଦୈନନ୍ଦିନ ଜୀବନ ସଂଘର୍ଷମୟ ହୋଇପଡ଼ିଛି। ତେବେ ୧୭ ବର୍ଷୀୟା ଝିଅ ବାଣୀଶା ପାଠକଙ୍କ ବାପାମାଆ କରୋନା ମହାମାରୀରେ ଆରପାରିକୁ ଚାଲିଯାଇଛନ୍ତି । ଭୋପାଳରେ ଦଶମ ଶ୍ରେଣୀ ବୋର୍ଡ ଟପ୍ପର ହେଉଛନ୍ତି ବାଣୀଶା । ତେବେ ତାଙ୍କ ପୂର୍ବରୁ ୨୯ ଲକ୍ଷର ଲୋନ୍ ନେଇଥିଲେ । ଆଉ ଏବେ ବାପାଙ୍କ ନାଁରେ ଥିବା ୨୯ ଲକ୍ଷର ଲୋନ୍ ନେଇ ଝିଅ ବାଣୀଶାଙ୍କ ଉପରେ ଚାପ ପକାଉଛି ଏଲଆଇସି । ଏପରିକି ତାଙ୍କ ବିରୋଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମ୍ପାନୀ ପକ୍ଷରୁ ଧମକ ପୂର୍ଣ୍ଣ ନୋଟିସ୍ ବି ଦିଆଯାଇଥିଲା ।

ଭନିସା ଓ ତାଙ୍କ ଭାଇ ଉଭୟ ନାବଳକ ନାବାଳିକା ହୋଇଥିବାବେଳେ ତାଙ୍କ ଉପରେ ଲୋନ୍ ସୁଝିବା ନେଇ ଚାପ ପକାଯାଉଥିଲା । ଏବେ ଋଣ ପରିଶୋଧ ନହେବାରୁ ଏଲଆଇଲସି ତାଙ୍କ ବାପାଙ୍କ ସମସ୍ତ ସଞ୍ଚୟ ଏବଂ କମିଶନ ଆକାଉଣ୍ଟକୁ ଫ୍ରିଜ୍ କରି ଦେଇଥିବା ସୂଚନା ମିଳିଛି। ତେବେ ବାଣୀଶାଙ୍କ ଦୁର୍ଦ୍ଦଶାକୁ ଦେଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ଆଡୁ ହସ୍ତକ୍ଷେପ କରିଛନ୍ତି। ସେ ଟୁଇଟ୍ କରି କର୍ତ୍ତୃପକ୍ଷଙ୍କୁ ଏହି ବିଷୟ ଉପରେ ଅନୁଧ୍ୟାନ କରିବାକୁ କହିଛନ୍ତି। ନିର୍ମଳା ସୀତାରମଣ ତାଙ୍କ ଟୁଇଟରେ ଇକୋନମିକିଲା ସର୍ଭିସ ଡିପାର୍ଟମେଣ୍ଟ ଏବଂ ଏଲଆଇସି ଇଣ୍ଡିଆକୁ ଟ୍ୟାଗ୍ କରି ତାଙ୍କୁ ବର୍ତ୍ତମାନର ସ୍ଥିତିର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିବାକୁ କହିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଯୋଗୁ ସମ୍ଭବତଃ ବାଣୀଶାଙ୍କ ପାଇଁ ସବୁକିଛି ଆଶାନୁରୂପ ହେବ ବୋଲି କୁହାଯାଉଛି।

Related posts

ଋଷକୁ ନେଇ ମେଟାର ବଡ଼ ନିଷ୍ପତ୍ତି

mahabharatanews

ପୁଲୱାମାରୁ ଜବତ ହେଲା ୬ଟି ଆଇଡି : ଜଣେ ଗିରଫ 

mahabharatanews

ଭୂଟାନରୁ ଫେରି ମେଡିକାଲରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

mahabharatanews