ଓଡିଶା

ସଫଳ ହେଲା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥିବୀ-୨ର ପରୀକ୍ଷଣ

(ବାଲେଶ୍ୱର) : ସଫଳ ହେଲା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥିବୀ-୨ର ବ୍ୟବହାରିକ ପରୀକ୍ଷଣ । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ପ୍ରତିରକ୍ଷା ଘାଟିର ୩ ନଂ ଲଞ୍ଚ ପ୍ୟାଡ୍‌ରୁ ବୁଧବାର ରାତି ୭ଟା ୩୦ରେ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥିବୀ-୨ର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି । ଏହି କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ।

ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ଉତ୍‌କ୍ଷେପଣ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର ୩୫୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ଏହା ୫୦୦ରୁ ୧ ଟନ୍‌ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି ।

ଡିଆରଡିଓର ରାଡାର, ଇଲେକ୍ଟ୍ରୋ ଅପ୍‌ଟିକାଲ ଟ୍ରାକିଂ ସିଷ୍ଟମ ଦ୍ୱାରା ଓଡ଼ିଶା ଉପକୂଳରେ ରହିଥିବା ଟେଲିମେଟ୍ରି ଷ୍ଟେସନ ସହାୟତାରେ ଏହି କ୍ଷେପଣାସ୍ତ୍ରର ଗତିପଥ ଉପରେ ନଜର ରଖାଯାଇଥିଲା । ପୃଥିବୀ-୨ର ଲମ୍ବ ୯ମିଟର, ଓସାର ୧୧୦ ସେଣ୍ଟିମିଟର ଓ ଓଜନ ୪.୬ ଟନ୍‌ ବୋଲି ଜଣାଯାଇଛି । ୨୦୦୩ ମସିହାରୁ ଭାରତୀୟ ସେନାରେ ଏହା ସାମିଲ ହୋଇଛି ।

Related posts

ନାଳ ପାଣିରେ ପଶି  ପ୍ରତିବାଦ କଲେ ବିଧାୟକ ମହମ୍ମଦ ମୋକିମ

mahabharatanews

ଏଣିକି କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରି ପାଇଁ ଅନୁମତି ଦିଆଯାଇଛି ।

mahabharatanews

ପରୀ ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ

mahabharatanews