ଓଡିଶା

ଆସନ୍ତା ୨୪ ଘଣ୍ଟାରେ ଓଡିଶା ସ୍ପର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: ରାଜ୍ୟର କିଛି ସ୍ଥାନରେ ପ୍ରାକ୍ ମୌସୁମୀ ବାୟୁ ଅନୂଭୂତ ହୋଇଛି । ଫଳରେ ଉତ୍ତର ତଥା ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡା, ଯାଜପୁର ଭଳି ଜିଲ୍ଲାରେ ସାମନ୍ୟରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହୋଇଛି । ତେବେ ମାଲକାନାଗିରି ସମେତ ଦକ୍ଷିଣ ଓଡି଼ଶାର କିଛି ସ୍ଥାନରେ ଝିପିଝିପି ବର୍ଷା ଅନୁଭୂତ ହୋଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରି କହିଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡି଼ଶାକୁ ଛୁଇଁବ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ଲାଗି ଅନୁକୂଳ ପାଗ ରହିଥିବାରୁ ଆସନ୍ତା ୨୪ ଘଣ୍ଟାରେ ମୌସୁମୀ ପ୍ରଥମେ ଦକ୍ଷିଣ ଓଡି଼ଶାକୁ ଛୁଇଁବ । ପରବର୍ତ୍ତୀ ସମୟରେ ଏହାସାରା ରାଜ୍ୟକୁ ସ୍ପର୍ଶ କରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡିଛି । ତେବେ ଚଳିତ ଶୀଘ୍ର ମୌସୁମୀ ବାୟୁ ରାଜ୍ୟକୁ ପ୍ରବେଶ କରିଛି ବୋଲି ପାଣିପାଗ ବିଜ୍ଞାନୀ ଆର କେ ଜେନାମଣି ସୂଚନା ଦେଇଥିଲେ ।

Related posts

ଗାମ୍ବିଆ ଡେଥ୍ ଟ୍ରାଜେଡି ପରେ ହୁ ର କଡା ନିର୍ଦ୍ଦେଶ

mahabharatanews

ବାରକୋଟ ବ୍ଲକ କଦପଡ଼ା ସୋସାଇଟିର ପେକ୍ସ ସମ୍ପାଦକ ରାଉରକେଲା ଭିଜିଲାନ୍ସ ଦ୍ୱାରା ଗିରଫ

mahabharatanews

ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ଦାନ କଲେ ରାଜ୍ୟପାଳ

mahabharatanews