ଭାରତମନୋରଞ୍ଜନ

ନିଜ ରିଲେସନକୁ ଓପନ କରି ଗାର୍ଲଫ୍ରେଣ୍ଡ ସହ ଫୋଟୋ ଛାଡିଲେ ହ୍ରିତିକ ରୋଶନ

ମୁମ୍ବାଇ : ନିଜ ରିଲେସନକୁ ଓପନ କରି ଗାର୍ଲଫ୍ରେଣ୍ଡ ସହ ଫୋଟୋ ଛାଡିଲେ ହ୍ରିତିକ ରୋଶନ। ନୂଆ ଗାର୍ଲ ଫ୍ରେଣ୍ଡକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା। ତେବେ ବର୍ତମାନ ସେ ତାଙ୍କ ନୂଆ ସମ୍ପର୍କକୁ ଓପନ କରି ସୋସିଆଲ ମିଡିଆରେ ଜଣାଇଛନ୍ତି । ଅର୍ଥାତ ନିଜ ରିଲେସନସିପକୁ ନେଇ ସେ ତାଙ୍କ ବାନ୍ଧବୀ ବିଷୟରେ କହିଛନ୍ତି। କିଛି ଦିନ ପୂର୍ବରୁ ସବା ଆଜାଦ ଓ ତାଙ୍କୁ ଏକାଠି ଅନେକ ସ୍ଥାନରେ ଦେଖିବାକୁ ମିଳୁଥିଲା, ଯାହାକୁ ନେଇ ବି ଟାଉନରେ ଅନେକ ଚର୍ଚ୍ଚା ଚାଲିଥିଲା। କିନ୍ତୁ ଗତ କାଲି ନିଜ ଇନଷ୍ଟାଗ୍ରାମରେ ନିଜେ ହ୍ରିତିକ ସବାଙ୍କ ବିଷୟରେ ପ୍ରଶଂସା କରି କରିଥିଲେ।

ସେଥିପାଇଁ ସେ ତାଙ୍କ ଗୀତକୁ ପ୍ରଶଂସା କରି ଲେଖିଥିଲେ ‘Beautiful’। ତାଙ୍କ ଷ୍ଟାଟସ୍ ଦେଖି ଅନେକ କହିଛନ୍ତି ଯେ ସବା ଆଜାଦଙ୍କ ଗୀତରେ ନିଜ ମନର କଥା କହିଦେଲେ ହ୍ରିତିକ। ସେ ସବାଙ୍କୁ ଅନେକ ସ୍ଥାନକୁ ନିଅନ୍ତି। କେବଳ ସେତିକି ନୁହେଁ ନିଜର ଫ୍ୟାମିଲି ପ୍ରୋଗ୍ରାମରେ ମଧ୍ୟ ସେ ତାଙ୍କୁ ନେଇଛନ୍ତି। ଏମିତି କି କରନ ଯୋହାରଙ୍କ ଜନ୍ମ ଦିନ ପାର୍ଟିରେ ମଧ୍ୟ ସେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ହ୍ରିତିକ ସବାଙ୍କୁ ପ୍ରଶଂସା କରିବା ଏହା ପ୍ରଥମ ଘଟଣା ନୁହେଁ।

ଏହାପୂର୍ବରୁ ସେ ସବାଙ୍କୁ ‘ଦି ରକେଟ୍ ବଏ’ ପାଇଁ ପ୍ରଶଂସା କରିଥିଲେ। ହ୍ରିତିକ ରୋଶନ ୱେବ୍ ସିରିଜ୍ ‘ରକେଟ୍ ବଏ’ ଦେଖିଥିଲେ ଏବଂ ଏହା ଦେଖିବା ପରେ ଇନଷ୍ଟାଗ୍ରାମ ଷ୍ଟୋରୀରେ ଦୁଇଟି ପୋଷ୍ଟ କରିଥିଲେ। ତେବେ ହ୍ରିତିକ୍ ରୋଶନ ଖୁବ୍ ଶୀଘ୍ର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବିକ୍ରମ ବେଦ’ରେ ନଜର ଆସିବେ। ଏଥିରେ ମୁଖ୍ୟ ଭୂମିକାରେ ସୈଫ୍ ଅଲି ଖାନ ମଧ୍ୟ ଅଭିନୟ କରିଛନ୍ତି। ହ୍ରିତିକ ରୋଶନ ତାଙ୍କ ରେଲସନସିପ ଓପନ କରିବା ପରେ ତାଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ଓ ଶୁଭକାମନା ଜଣାଇଛନ୍ତି ।

Related posts

ବାତ୍ୟା ‘ମୋକା’ : ୧୦୦ରୁ ଅଧିକ ଲୋକ ନିଖୋଜ

mahabharatanews

ଏହି ବର୍ଷ ଚନ୍ଦ୍ରରେ ପାଦ ରଖିବେ ଭାରତୀୟ  

mahabharatanews

ପରଲୋକରେ ରେଡିଓ ଘୋଷକ ଅମିନ ସାୟାନୀ

mahabharatanews