ଖେଳଭାରତ

ଏକନାଥଙ୍କୁ ଡେପୁଟି ଓ ୧୩ ମନ୍ତ୍ରୀ ପଦର ଲୋଭ

ନୂଆଦିଲ୍ଲୀ: କ୍ଷମତା ପାଇଁ ମହାରାଷ୍ଟ୍ର ରାଜନୀତି ଏବେ ବହୁତ ସରଗରମ ହେବାରେ ଲାଗିଛି । ଶିବସେନାର ବିଦ୍ରୋହୀ ତଥା ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ବିଧାୟକ ଦଳ ଏବଂ ବିଜେପି ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେବା ନେଇ ସୂଚନା ମିଳିଛି । ଇତିମଧ୍ୟରେ ବିଜେପି ପକ୍ଷରୁ ଏକନାଥଙ୍କୁ ଏକ ଅଫର ମିଳିଛି । ଏହି ଅଫର ଅନୁସାରେ, ଏକନାଥ ସିନ୍ଦେଙ୍କୁ ଉପମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଦଳର ୧୩ଜଣ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିବ ବୋଲି କୁହାଯାଇଛି । ଏଥିରେ ୮ଜଣ କ୍ୟାବିନେଟ ଓ ୫ ଜଣ ରାଜ୍ୟମନ୍ତ୍ରୀ ହେବାର ସୁଯୋଗ ରହିଛି । ଏକନାଥଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳୁଥିବା ବେଳେ ଗୁଲାବରାଓ ପାଟିଲ,ସମ୍ଭୁରାଜ ଦେଶାଇ, ସଞ୍ଜୟ ଶିରସାଟ, ଦୀପକ କେସରକର, ଉଦୟ ସାମନ୍ତଙ୍କୁ ମନ୍ତ୍ରୀ ପଦ ମିଳିବା ସମ୍ଭାବନା ରହିଛି । ଅପରପକ୍ଷେ, ବିଦ୍ରୋହୀ ବିଧାୟକ ମୁମ୍ବାଇ ଫେରିଲେ, ସେମାନଙ୍କୁ ବିମାନ ବନ୍ଦରରୁ ବାହାରକୁ ଛଡା ଯିବ ନାହିଁ ବୋଲି ଶିବସେନାର ଜଣେ ମନ୍ତ୍ରୀ ସୁବାଶ ଦେଶାଇ ଚେତାବନୀ ଦେଇଛନ୍ତି । ଏଥିସହିତ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେଙ୍କ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ ।

 

Related posts

 ‘ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ

mahabharatanews

ଗାନ୍ଧୀଙ୍କ ବିରୋଧରେ ବୟାନ ଦେଇ କାଳିଚରଣ ମହାରାଜ ଗିରଫ

mahabharatanews

ଗ୍ୟାସ୍ ଚାମ୍ବରରେ ପରିଣତ ହୋଇଛି ଦେଶର ରାଜଧାନୀ ଦିଲ୍ଲୀ

mahabharatanews