ଓଡିଶା

ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଚଳିତ ଅଧିବେଶନରେ ବିଧାନସଭାର ନୂଆ ବାଚସ୍ପତି ବିକ୍ରମକେଶରୀ ଆରୁଖ ଗୃହ କାର୍ଯ୍ୟ ଆରମ୍ଭ କରିଥିଲେ। ଦିବଂଗତ ବିଧାୟକ ସୁରେନ୍ଦ୍ର ନାଥ କହଁରଙ୍କ ଲାଗି ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ପ୍ରମୁଖ ଏହାକୁ ସମର୍ଥନ କରିଥିଲେ। ଚଳିତ ଅଧିବେଶନରେ ଅର୍ଥମନ୍ତ୍ରୀ ନିକଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ମୌସୁମୀ ଅଧିବେଶନରେ ମୋଟ୍ ୨୪ଟି କାର୍ୟ୍ୟଦିବସ ରହିଛି। ଜୁଲାଇ ୩୦ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ଉପସ୍ଥାପନ ହେବ। ଏହି ଅଧିବେଶନ ଦୁଇଟି ପର୍ୟ୍ୟାୟରେ ହେବ। ପ୍ରଥମ ପର୍ୟ୍ୟାୟରେ ଜୁଲାଇ ୨ରୁ ୬ ତାରିଖ ଯାଏ ଗୃହ ଚାଲିବ। ଜୁଲାଇ ୭ରୁ ୧୩ ତାରିଖ ପର୍ୟ୍ୟନ୍ତ ଗୃହ ମୁଲତବୀ ରହିବ।

Related posts

ଆଜି ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇବେ ମହାପ୍ରଭୁ

mahabharatanews

ଚନ୍ଦନ ମଣ୍ଡପରେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନର ଭଜନ ସମାରୋହ

mahabharatanews

ଆଜି ଶ୍ରାବଣର ପ୍ରଥମ ସୋମବାର, ଶୈବ ପୀଠରେ କାଉଡିଆଙ୍କ ଭିଡ

mahabharatanews