ଓଡିଶା

ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସୁଦୃଢ଼ ହେବ ଓଡିଶା: ୫୫ଟି ନୂଆ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ପାଇଁ ୨୯.୩୬ କୋଟି ମଞ୍ଜୁର

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଆହୁରି ସୁଦୃଢ଼ ହେବ ଓଡିଶା । ୫୫ଟି ନୂଆ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯.୩୬ କୋଟି ଟଙ୍କା ମଞ୍ଜୁର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୋଟ୍‌ ୯୮ କୋଟି ଟଙ୍କା ବ୍ୟୟରେ ୫୫ଟି ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରାଯାଉଛି ।

ତଦନୁଯାୟୀ ଗତ ଏପ୍ରିଲ ମାସରେ ପ୍ରଥମ ପର୍ଯ୍ୟାୟରେ ୨୯.୩୬ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିଲେ। ବାତ୍ୟା ଓ ବନ୍ୟା ଆଦି ପ୍ରାକୃତିକ ବିପର୍ଯୟ ସମୟରେ ଏହି ଆଶ୍ରୟ ସ୍ଥଳୀ ଗୁଡିକ ଲୋକଙ୍କୁ ସୁରକ୍ଷା ଦେବାରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ଜରିଆରେ ଏହା ନିର୍ମାଣ କରାଯାଉଛି। ଏହା ମଧ୍ୟରେ ପ୍ରଥମ ପର୍ଯ୍ୟାୟ କାମରେ ଯଥେଷ୍ଟ ଅଗ୍ରଗତି ହୋଇଛି।

ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୨୯କୋଟି ୩୬ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହା ସହିତ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Related posts

ରାସ୍ତା ନଥିବାରୁ ପ୍ରସଭ ମହିଳାଙ୍କୁ ବୋହିଲେ ଆମ୍ବୁଲାନ୍ସ ଡ୍ରାଇଭର

mahabharatanews

ପୁରୀରେ ଜବତ ହେଲା ୩ କେଜି ବ୍ରାଉନସୁଗାର

mahabharatanews

ଝିଅ ପାଇଁ ବାପା ପାଇଲା ନୂଆ ଜୀବନ

mahabharatanews